ଲଦାଖରେ ମୁତୟନ ହେବ ରାଫେଲ୍, ୨୨ରେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

0 82


ନୂଆଦିଲ୍ଲୀ, ୨୦.୦୭ : ଭାରତ-ଚୀନ୍ ସୀମା ବିବାଦ ଭିତରେ ଏବେ ଭାରତ ଏଲ୍ଏସି ସୁରକ୍ଷା ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି । ଫ୍ରାନ୍ସଠାରୁ ମିଳିଥିବା ରାଫେଲ୍ ଯୁଦ୍ଧ ବିମାନ ମୁତୟନ ପାଇଁ ବାୟୁସେନାର ଶୀର୍ଷ ଅଧିକାରୀମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗଲ୍ୱାନ୍ ଘାଟିରେ ସଂଘର୍ଷ ପରେ ରାଫେଲ୍ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ସୀମାକୁ ନେଇ କୌଣସି ସାଲିସ କରାଯିବ ନାହିଁ କି କଥାବାର୍ତ୍ତା କରାଯିବନି ବୋଲି ଭାରତ ଚୀନକୁ ରୋକଠୋକ ଶୁଣାଇ ଦେଇଛି ।
ଭାରତୀୟ ବାୟୁ ସେନାର ଶୀର୍ଷ ଅଧିକାରୀମାନଙ୍କର ଆସନ୍ତା ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି । ଏହି ବୈଠକରେ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଫୋକସରେ ରହିବ । ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୋରିଆଙ୍କ ନେତୃତ୍ୱରେ ଶୀର୍ଷ କମାଣ୍ଡରମାନେ ଆସନ୍ତା ଜୁଲାଇ ୨୨ ତାରିଖରେ ହେବାକୁ ଥିବା ୨ ଦିନିଆ କନଫରେନ୍ସରେ ଯୋଗ ଦେବେ । ବୈଠକରେ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଭଦୋରିଆଙ୍କ ସହ ମୋଟ୍ ୭ ଜଣ କମାଣ୍ଡର ଇନ୍ ଚିଫ୍ ଏହି ବୈଠକରେ ଯୋଗ ଦେବେ । ବାୟୁସେନା ଏହାର ଅତ୍ୟାଧୁନିକ ବିମାନ ତଥା ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ମିଗ୍-୨୯ ଆଗୁଆ ଘାଟିରେ ମୁତୟନ କରିଛି । ଉପରୋକ୍ତ ବିମାନଗୁଡ଼ିକ ଉଭୟ ଦିନ ଏବଂ ରାତି ସମୟରେ ସୀମାରେ ପହରା ଦେଉଛନ୍ତି ।

Leave A Reply

Your email address will not be published.