୧୧ ଲକ୍ଷ ଟପିଲା କରୋନା, ଦିନକରେ ୪୦ ହଜାର ସଂକ୍ରମିତ

0 81


ନୂଆଦିଲ୍ଲୀ, ୨୦.୦୭ : ଦେଶରେ ସମୁଦାୟ ୧.୧୧୮.୦୪୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ସର୍ବାଧିକ ୪୦.୪୨୫ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୦୦୦୮୬ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୭୪୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୦,୪୨୫ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୪୫୯ରେ ପହଞ୍ଚିଛି । ୨୪ ଘଣ୍ଟାରେ ୬୮୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଆନ୍ଧ୍ରପ୍ରଦେଶରେ ୬୪୨ଜଣ, ଅରୁଣାଚଳ ପ୍ରଦେଶରେ ୩ , ଆସାମରେ ୫୭, ବିହାରରେ ୨୧୭ , ଚଣ୍ଡିଗଡ଼ରେ ୧୨ , ଛତିଶଗଡ଼ରେ ୨୪, ଦାଦର ନଗର ହାୱେଲି ଏବଂ ଡାମନଡିଉରେ ୨, ଦିଲ୍ଲୀରେ ୩୬୨୮, ଗୋଆରେ ୨୨, ଗୁଜରାଟରେ ୨୧୪୨, ହରିୟାଣାରେ ୩୪୯, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ ଓ କଶ୍ମୀରରେ ୨୪୪, ଝାଡ଼ଖଣ୍ଡରେ ୪୯, କର୍ଣ୍ଣାଟକରେ ୧୩୩୧, କେରଳରେ ୪୨, ଲଦାଖରେ ୨, ମଧ୍ୟପ୍ରଦେଶରେ ୭୨୧, ମହାରାଷ୍ଟ୍ରରେ ୧୧୮୫୪, ମେଘାଳୟରେ ୨, ଓଡ଼ିଶାରେ ୯୧, ପୁଡୁଚେରୀରେ ୨୮, ପଞ୍ଜାବରେ ୨୫୪, ରାଜସ୍ଥାନରେ ୫୫୯, ତାମିଲନାଡୁରେ ୨୪୮୧, ତେଲେଙ୍ଗାନାରେ ୪୧୫, ତ୍ରିପୁରାରେ ୫ଜଣ, ଉତ୍ତରାଖଣ୍ଡରେ ୫୨ ଜଣ, ଉତ୍ତରପ୍ରଦେଶରେ ୧୧୪୬ଜଣ ଏବଂ ପଶ୍ଚମବଙ୍ଗରେ ୧୧୧୨ଜଣ ମୃତ ହୋଇଛି ।

Leave A Reply

Your email address will not be published.