ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୩ ମୃତ

0 89

ନୂଆଦିଲ୍ଲୀ, ୨୦.୦୭ : ଉତ୍ତରାଖଣ୍ଡର ପିଥୌରାଗଡ଼ରେ ରବିବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷାରେ ବହୁ ଘରଦ୍ୱାର ମାଟି ତଳକୁ ଦବି ଯାଇଛି । ପାହାଡ଼ରୁ ହଠାତ ପଥର ଆଦି ଖସି ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏହାସହ ଜଳର ପ୍ରବଳ ସ୍ରୋତ କାରଣରୁ ଲୋକେ ମଧ୍ୟ ଭାସିଯାଇଥିବା ଖବର ସାମ୍ନାକୁ ଆସୁଛି । ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ହୋଇଛନ୍ତି । ଆଗାମୀ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଗତକାଲି ରାତି ସମୟରେ ପ୍ରବଳ ବର୍ଷା ହେବା ପରେ ଏଠାକାର ମୁନ୍ସୟାରୀର ଟାଗା ଗାଁ ଓ ବଙ୍ଗାପାନୀର ଗେଲା ଗାଁରେ ବାଦଲଫଟା ବର୍ଷା କାରଣରୁ ଖୁବ କ୍ଷତି ହୋଇଛି । କିଛି ଘର ଆଖିପିଛୁଳାକେ ମାଟିରେ ଧସି ପଡ଼ିଥିଲା । ଗେଲା ଗାଁରେ ଘରର କାନ୍ଥ ଭୁଷୁଡ଼ିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହା ସହ ଟାଗାର ୯ ଜଣ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷାରେ ରାସ୍ତାରେ ଜଳର ଅତିରିକ୍ତ ପ୍ରବାହ ଯୋଗୁଁ ଅନେକ ଲୋକେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.