ବାଲୁକା କଳାରେ କରୋନା ବିରୁଦ୍ଧରେ ଲଢେଇ ପାଇଁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆହ୍ୱାନ

0 78

ପୁରୀ : କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି। କୋଭିଡ ଗାଇଡ଼ଲାଇନକୁ ଲୋକ ମାନେ ପାଳନ କରୁ ନ ଥିବାରୁ ରାଜ୍ୟରେ ସ୍ଥିତି ଗମ୍ଭୀର ହୋଇଛି । ପୁରୀ ବେଳାଭୂମୀରେ ବାଲୁକାରେ ପ୍ରସ୍ତୁତ ତାଙ୍କ କଳା ମାଧ୍ୟମରେ ମହାମାରୀ କରୋନାକୁ ହରାଇବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତେ ମାସ୍କ ପିନ୍ଧି କୋଭିଡ ଗାଇଡଲାଇନକୁ ମାନି କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ସେ ନିଜ ବାଲୁକା କଳାରେ ଦର୍ଶାଇଛନ୍ତି । ମାସ୍କ ପିନ୍ଧିବା ବେଳେ ମୁହଁ ଓ ନାକ ଭଲ ଭାବେ ଢାଙ୍କି ରଖି କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.