ବିଜୟ ମହାନ୍ତିଙ୍କ ପରଲୋକ

0 83

ଭୁବନେଶ୍ୱର : ଗତ କିଛି ମାସ ଧରି ଅସୁସ୍ଥ ଥିବା ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କର ପରଲୋକ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନଜିଣିଥିଲେ।  ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରିତୋଳିବା ଥିଲା ବିଜୟଙ୍କ ସ୍ବକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

Leave A Reply

Your email address will not be published.