ଭିନ୍ନ ଢ଼ଙ୍ଗରେ ବ୍ୟବସାୟ

0 78

ମାଲକାନଗିରି : ଘୋଡାରେ କ୍ଷୀର ବ୍ୟବସାୟ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗତ ଏକ ସପ୍ତାହ ଧରି ମାଲକାନଗିରିରେ କଡାକଡି ଲକଡାଉନ ପାଳନ କରାଯାଉଥିବା ବେଳେ ଅଯଥା ମୋଟର ସାଇକେଲ ଯାତାୟାତକୁ ମଧ୍ୟ ବାରଣ କରାଯାଇଛି । ତେବେ ମାଲକାନଗିରି ଏମ ଭି ୪୨ ର ଦୁଗ୍ଧ ·ଷୀ କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ପ୍ରତି ଦିନ ଘୋଡା ସାହାଯ୍ୟରେ କ୍ଷୀର ବିକ୍ରୀ କରିବାକୁ ସହରକୁ ବାହାରନ୍ତି । କାଳେ କେହି ପୁଲିସ ହଇରାଣ କରିବେ, ତେଣୁ ଗଳି କନ୍ଦି ରାସ୍ତା ଦେଇ ମାଲକାନଗିରି ସହରକୁ ଯାଇ ନିଜ ଉତ୍ପାଦିତ ୩୦ ଲିଟର କ୍ଷୀରକୁ ନିଜ ଗ୍ରାହକ ମାନଙ୍କୁ ଦେଇ ଆସନ୍ତି । ମାଲକାନଗିରି ପୌରାଞ୍ଚଳକୁ ସମ୍ପୁର୍ଣ୍ଣ ଲକ ଡାଉନ ରଖା ଯାଇଥିବା ବେଳେ ପୁରା ପୌରାଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପନି ପରିବା ଓ ଗ୍ରୋସରି ସାମଗ୍ରିକୁ ହୋମ ଡେଲିଭରି କରା ଯାଉଥିବା ବେଳେ େଔଷଧ ଦୋକାନ ଗୁଡିକ ଅଡ- ଇଭେନ ଫର୍ମୁଲାରେ ଖୋଲା ହୋଉଛି । ଏସବୁ କଟକଣା ଭିତରେ ଏହା ଘୋଡାରେ କ୍ଷୀର ବାଲାକୁ ନେଇ ସହରରେ ଚ·ର୍ ଲାଗିରହିଛି ।

Leave A Reply

Your email address will not be published.