ବିନିକାରେ ଟ୍ରିପଲ୍ ମର୍ଡର : ଧାରୁଅ । ଅସ୍ତ୍ରରେ ଗଳାକାଟି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

0 65

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗାଁର ବୁଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଏବଂ ପୁଅ ଶିବ ଭୋଇ (୨୫)ଙ୍କୁ ଧାରୁଅ । ଅସ୍ତ୍ରରେ ହତ୍ୟା କରାଯାଇଛି । ସମସ୍ତଙ୍କର ଗଳା କାଟି ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା କାରଣ ଅସ୍ପଷ୍ଠ ରହିଛି । ପୁଅ ଶିବ ଭୋଇର ଶବ ଘର ବାହାରେ ପଡ଼ିଥିବା ବେଳେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଶବ ଘର ଭିତରେ ପଡ଼ିରହିଛି । ବୁଲୁ ଭୋଇଙ୍କ ଦାଦା ପୁଅ ଭାଇ ପାଖ ଜମିରେ ହଳ କରୁଥିବା ବେଳେ ବୁଲୁଙ୍କୁ ଜୋରରେ ଡାକ ଛାଥିଥିଲା, ମାତ୍ର କୌଣସି ଉତ୍ତର ନ ମିଳିବାରୁ ତାଙ୍କର ସନ୍ଦେହ ହେଲା । ସେ ଘର ପାଖକୁ ଯାଇ ମୃତ ଅବସ୍ଥାରେ ତିନିଜଣଙ୍କୁ ଦେଖିବାକୁ ପାଇଥିଲେ । ସେ ଦୌଡ଼ିଯାଇ ଗ୍ରାମବାସୀଙ୍କୁ ଏ କଥା ଜଣାଇଥିଲେ । ତାପରେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଅ ।ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବିନିବା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବୁଲୁ ଭୋଇଙ୍କର ଦୁଇ ଝିଅ ବାହା ହୋଇ ସାରିଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ ଦାଦନ ଖଟୁଥିବାର ସୂଚନା ମିଳିଛି ।

Leave A Reply

Your email address will not be published.