କୋରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୯ ହଜାରକୁ ବୃଦ୍ଧି

0 77

ନୂଆଦିଲ୍ଲୀ, 23 ଜୁଲାଇ :  ମହାମାରୀ କରୋନା କାରଣରୁ ସମଗ୍ର ବିଶ୍ୱରେ ଏକ କୋଟି ୫୩ ଲକ୍ଷ ୬୪ ହଜାର ୨୫୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ଗୁରୁବାର ସକାଳ ସାଢ଼େ ୬ଟା ମଧ୍ୟରେ ସାରା ବିଶ୍ୱରେ ୬ ଲକ୍ଷ ୨୯ ହଜାର ୩୦୪ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୯୩ ଲକ୍ଷ ୪୩ ହଜାର ୮୧୫ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୯୧ ହଜାର ୧୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ହଜାର ୧୭୪ ଜଣ ଗୁରୁତର ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୪୧ ଲକ୍ଷ ୨୦୯ ଜଣ କରୋନା କବଳରେ ପଡ଼ିଛନ୍ତି । ଏଥିରୁ ୧ ଲକ୍ଷ ୪୬ ହଜାର ୧୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଲକ୍ଷ ୪୨ ହଜାର ୬୦୨ ଜଣ କରୋନା ଭାଇରସ ବିପକ୍ଷରେ ବିଜୟ ହାସଲ କରିଛନ୍ତି । କିନ୍ତୁ ୨୦ ଲକ୍ଷ ୧୧ ହଜାର ୪୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୨ ହଜାର ୩୮୩ ଜଣ ଗୁରତର ରହିଛନ୍ତି 

Leave A Reply

Your email address will not be published.