ଜଣଙ୍କଠୁ ୬ ଜଣଙ୍କୁ କରୋନା ଡେଇଁବା ପରେ ଗାଁ ସଟ୍ ଡାଉନ୍

0 82

ଭୁବନେଶ୍ବର ୨୩।୭: ଜଣଙ୍କଠୁ ୬ ଜଣଙ୍କୁ ଡେଇଁଲା କରୋନା । ଏଭଳି ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋ ଗାଁରେ ଦେଥିବାକୁ ମିଳିଛି । ଗାଁରେ ସଂକ୍ରମିତ ଚିହ୍ନଟ ପରେ ଗାଁକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ ।

ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବକ ଅସୁସ୍ଥତା କାରଣରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ନିଜଆଡୁ ସ୍ବାବ୍ ପରୀକ୍ଷା କରାଇଥିଲେ । ତାଙ୍କର ସ୍ବାବ୍ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସରକାରୀ ଅଧିକାରୀଙ୍କୁ ରିପୋର୍ଟ ଜଣାଇଥିଲେ । ମାତ୍ର ସରକାରୀ ଉଦାସୀନତା ଯୋଗୁଁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇନଥିଲା । ପରେ ତାଙ୍କୁ କଟକ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ପଜିଟିଭ୍ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରିବାକୁ ଦାବି କରାଯାଇଥିଲା । ମାତ୍ର ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଦୁଇ ଦିନ ପରେ ଗାଁକୁ କୋଭିଡ୍ ଗାଡି ଆସିବାରୁ ଗାଁ ଲୋକେ ଅଟକ ରଖିଥିଲେ । କଟକ ସଦର ପୋଲିସ ଆସି କଣ୍ଟାକ୍ଟ ଟ୍ରେସିଂ ପ୍ରତିଶ୍ରୁତି ଦେବାପରେ କୋଭିଡ୍ ଗାଡିକୁ ଗାଁଲୋକ ଛାଡିଥିଲେ ।

ସେପଟେ ଗାଁକୁ ସାନିଟାଇଜ କରିବାକୁ ଗ୍ରାମବାସୀ ଦାବି କରିଥିବାବେଳେ ପଞ୍ଚାୟତ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରପଞ୍ଚ । ପରେ ପଜିଟିଭ ବ୍ୟକ୍ତିଙ୍କ ପରିବାରରୁ ପାଞ୍ଚ ଜଣ, ପଡିଶା ଘରର ଜଣେ ବ୍ୟକ୍ତିଙ୍କ ସହ ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ଅରିଲୋ ଗ୍ରାମକୁ ପାଞ୍ଚ ଦିନ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହ କଟକ ସିଡିଏମଓ ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି ।

Leave A Reply

Your email address will not be published.