ଅବିକାରୀ ଚଢ଼ଉ : ପୋଚ୍ଚ ଓ ଦେଶୀ ମଦ ଜବତ

0 69

ରାୟଗଡ, ୨୩/୭ : ରାୟଗଡା  ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା  ଦୃଷ୍ଟିରେରଖି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ଅବିକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦେଶକ୍ରମେ  ତା.୨୨.୭.୨୦ରିଖଦିନ   ଜିଲ୍ଲାର ବିଭିନ୍ନ ସ୍ଥାନରେ  ଅବିକାରୀ ଦଳବଳ ଚଢ଼ାଉ କରିଥିଲେ ଓ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ସାମଗ୍ରୀ ଜବତ କରିବାସହ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ଚାନ୍ଦିଲ  ଥାନ ଅନ୍ତର୍ଗତ ପିଣ୍ଡପଦର ଗ୍ରାମରେ    ଅବକାରୀ ଅନୁନିରୀକ୍ଷକ  ନେତୃତ୍ବରେ ଅବକାରୀ ସଦଲବଳ ଚଢ଼ାଉ କରି ୬୦୦ଲିଟର ପଚ୍ଚ ଓ ୨୦ଲିଟର ଦେଶୀମଦ ସହ ୨ କୁଇଣ୍ଟାଲ ମହୁଲ ଏବଂମଦରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଗତ ୨୧.୦୭.୨୦ରିଖଦିନ ଗୁଡାରୀ ଥାନା ଅନ୍ତର୍ଗତ କୁସୁମଗୁଡି ଗ୍ରାମରେ ଚଢ଼ାଉ  କରି ୩୭୦ଲିଟର ପୋଚ୍ଚ ସହିତ ୧୫ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛନ୍ତି ।              ସେହିପରି  ଗତ ୨୨.୦୭.୨୦ଋଖଦିନ   ଚାନ୍ଦିଲ ଥାନା ଅନ୍ତର୍ଗତ  ଦାମିଗାଁ ଗ୍ରାମରେ ଚଢ଼ଉ କରି ୪୫୦୦ଲିଟର ପୋଚ୍ଚ ସହିତ ୧୮୦ଲିଟର ଦେଶୀ ମଦ  ସହିତ ବହୁ ମଦରନ୍ଧା ସାମଗ୍ରୀ ଜବତ କରି ନଷ୍ଟ  କରିବାରେ ସଫଳ ହୋଇଛନ୍ତି । ପ୍ରକାଶ ଥାଉକି କୋ ରୋନା ପାଇଁ ଲୋକଦଉନ ସମୟରେ ରାୟଗଡା ଅବକାରୀ ବିଭାଗ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାହାଡ, ପର୍ବତ ଗଳିକନ୍ଦିରେ ବ୍ୟାପକ ଭାବେ ଚଢ଼ାଉ କରି ଚୋରା ମଦ କାରବାରକୁ ରୋକିବାରେ ବହୁମାତ୍ରାରେ ସଫଳ ହୋଇଛି ।

Leave A Reply

Your email address will not be published.