ବିଶ୍ୱରେ ଦେଢ କୋଟି ଟପିଲା ସଂକ୍ରମଣ

0 71

ନୂଆଦିଲ୍ଲୀ, ୨୩.୦୭: ବିଶ୍ୱରେ କରୋନା ସଂକ୍ରମଣ ମାମଲା ଦେ କୋଟି ଟପିଯାଇଛି । ମୋଟ୍ ସଂକ୍ରମଣ ମାମଲା ୧ କୋଟି ୫୧ ଲକ୍ଷ ୫୪ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୬ ଲକ୍ଷ ୨୧ ହଜାର ଟପିଯାଇଛି । ଆମେରିକାରେ ସଂକ୍ରମଣ ମାମଲା ୪୦ ଲକ୍ଷ ୩୧ ହଜାର ଅତିକ୍ରମ କରିଛି ଏବଂ ମୃତ୍ୟୁୁସଂଖ୍ୟା ମଧ୍ୟ ୧ ଲକ୍ଷ ୪୫ ହଜାରରେ ପହଞ୍ଚିଛି । ଗତକାଲି ଆମେରିକାରେ ପୁଣି ୧ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଜୁଲାଇରେ ଦ୍ୱିତୀୟ ଥର ପାଇଁ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୧ ହଜାର ଟପିଛି । ଆମେରିକାରେ ସ୍ଥିତି ଆଗକୁ ଅତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି । ତେବେ ବାସ୍ତବ ମାମଲାଠାରୁ ଆମେରିକାରେ ସଂକ୍ରମଣ ମାମଲା ୧୦ ଗୁଣ ଅଧିକ ରହିଛି ବୋଲି କୁହ।।ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଆଜି କହିଛନ୍ତି ଯେ, ଆମେରିକାରେ କରୋନା ସ୍ଥିତି ଭଲ ହେବା ପୂର୍ବରୁ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯିବ । ଆମେରିକା ପରେ ବ୍ରାଜିଲରେ ମୋଟ୍ ସଂକ୍ରମଣ ମାମଲା ୨୧ ଲକ୍ଷ ୬୭ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୮୧ ହଜାର ଟପିଛି । ତେବେ ଆମେରିକା, ବ୍ରାଜିଲ୍ ଏବଂ ଭାରତରେ ସଂକ୍ରମଣ ମାମଲା ଲଗାତାର ବଢି·ଲିଛି । ବିଶ୍ୱରେ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ରଭାବେ ଆମେରିକା ପ୍ରଥମେ ଥିବାବେଳେ ଆମେରିକା ପଛକୁ ବ୍ରାଜିଲ୍ ଏବଂ ବ୍ରାଜିଲ୍ ପଛକୁ ଭାରତ ରହିଛି । ବିଶ୍ୱରେ ଗତକାଲି ଗୋଟିଏ ଦିନରେ ୨ ଲକ୍ଷ ୩୯ ହଜାର ସଂକ୍ରମଣ ମାମଲା ଥିଲା । ତେବେ ମୋଟ୍ ସଂକ୍ରମଣ ମାମଲାର ମାତ୍ର ୧ ପ୍ରତିଶତ ରୋଗୀ ତଥା ୬୩ ହଜାର ୬୩୨ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.