ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା, ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ମାନବୀୟ ବ୍ୟବହାର ଆଶାନାହିଁ

0 76


ନୂଆଦିଲ୍ଲୀ : କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି । ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବେଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଆରମ୍ଭ କରିଛନ୍ତି । ଭାରତ ସମତେ କିଛି ଦେଶ ଏବେ କୋଭିଡ୍ ଟିକାର ମାନବ ପରୀକ୍ଷଣ ଆରମ୍ଭ କରି ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଷେଶଜ୍ଞ କିଛି ଭିନ୍ନ ମତ ରଖିଛନ୍ତି ।
ଅନୁସନ୍ଧାନକାରୀମାନେ କୋଭିଡ -୧୯ ପାଇଁ ଟିକା ବିକଶିତ କରିବାରେ ଭଲ ଅଗ୍ରଗତି କରୁଛନ୍ତି । ଏହାର ମାନବ ପରୀକ୍ଷଣ ଏବେ ଆରମ୍ଭ ହୋଇଯାଇଥିଲେ ମଧ୍ୟ ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ବ୍ୟବହାର ଆଶା କରାଯାଇପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (“ହୁ’)ର ବିଶେଷଜ୍ଞ କହିଛନ୍ତି ।
ସବୁ ଦେଶକୁ ସମାନ ଭାବରେ ଟିକା ବଣ୍ଟନ ନିଶ୍ଚିତ କରିବାକୁ “ହୁ’ କାର୍ଯ୍ୟ କରୁଛି, କିନ୍ତୁ ଏ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ବଢିବାରେ ଲାଗିଛି, ଯାହାକୁ ରୋକିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି “ହୁ’ର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ମାଇକ ରିଆନ ।

Leave A Reply

Your email address will not be published.