କରୋନା : ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ

0 74

ନୂଆଦିଲ୍ଲୀ,୨୩/୦୭ : ନୋବେଲ ଫାଉଣ୍ଡେସନ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ କରିବାକୁ ଘୋଷଣା କରାଯାଇଛି । ୬୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନୋବେଲ ପୁରସ୍କାର ସମାରୋହ ପାରମ୍ପରିକ ଭାବେ ଅନୁଷ୍ଠିତ ନ ହୋଇ ସ୍ଥଗିତ ରଖାଯାଇଛି । ଏହା ପୂର୍ବରୁ ୧୯୫୬ ମସିହାରେ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ ରଖ ଯାଇଥିଲା ।
ନୋବେଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲର୍ସ ହେକେନଷ୍ଟେନ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । କରୋନା ପରିସ୍ଥିତିରେ ୧୩୦୦ ଲୋକଙ୍କୁ ଏକାଠି କରିବା ସମ୍ଭବ ନୁହେଁ । କରୋନା ଯୋଗୁଁ ନୋବେଲ ବିଜେତାଙ୍କୁ ସ୍ୱିଡ଼େନ ଯାତ୍ରା କରିବା ଅସୁବିଧା ହେବ । କିଭଳି ଏହି ସମ୍ମାନ ସମାରୋହ ଆୟୋଜିତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅନ୍ୟ ବର୍ଷ ଠାରୁ ସମ୍ପୂର୍ଣ ଭିନ୍ନ ଅଟେ । ସମସ୍ତଙ୍କୁ ସମ୍ପୂର୍ଣ ଭାବେ ନୂଆ ପରିସ୍ଥିତିକୁ ସ୍ୱୀକାର କରିବାକୁ ହେବ ବୋଲି ସେ କହିଛନ୍ତି ।
ଷ୍ଟକହୋମ ସିଟି ହଲରେ ସମାରୋହ ସମୟରେ ବିଜେତା, ସ୍ୱ୍ୱିଡ଼େନର ରାଜ ପରିବାର ଓ ପାଖାପାଖି ୧୩୦୦ ଅତିଥିଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରାଯାଇଥାଏ । ଓସ୍ଲୋରେ ସମ୍ମାନିତ କରିବାକୁଥିବା ଶାନ୍ତି ପୁରସ୍କାର ବିଜେତାଙ୍କୁ ମଧ୍ୟ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରାଯାଇଥାଏ । ମେଡ଼ିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ର କ୍ଷେତ୍ରରେ ଅକ୍ଟୋବର ୫ ରୁ ୧୨ ତାରିଖ ମଧ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥାଏ । ବିଜେତାଙ୍କୁ ଡିସେମ୍ବର ମାସରେ ଷ୍ଟକହୋମରେ ନୋବେଲ ପୁରସ୍କାର ସହ ସମ୍ମାନିତ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଉଭୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ କେବେ ଘୋଷଣା ହେବ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.