ପର୍ପଲ୍ ପକ୍ଷରୁ ଅନଲାଇନ୍ ବିଉଟି ସେଲ୍ ଅଗଷ୍ଟ ୪ରୁ

0 78

ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଉଟି ମାର୍କେଟ୍ପ୍ଲେସ୍ ପର୍ପଲ୍ ପକ୍ଷରୁ ଭାରତର ସର୍ବବୃହତ ଅନଲାଇନ୍ ବିଉଟି
ସେଲ୍କୁ ଅଗଷ୍ଟ ୪ରୁ ଆରମ୍ଭ କରାଯାଉଛି ଯାହା ଅଗଷ୍ଟ ୮, ୨୦୨୦ ପର୍ଯ୍ୟନ୍ତ ଚାଲିବ । ପର୍ପଲ୍ ଡଟ୍ କମ୍ର
(ଚଙ୍କକ୍ସକ୍ଟ୍ରକ୍ଷକ୍ଷର.ମକ୍ଟଜ୍ଞ) ଆଇ ଲଭ୍ ବ୍ୟୁଟି ନାମକ ଏହି ପାଂଚଦିନିଆ ବିକ୍ରି ଉତ୍ସବରେ ୫୦୦ରୁ ଅଧିକ ଭାରତୀୟ
ଏବଂ ଆନ୍ତର୍ଜାତିକ ବ୍ରାଣ୍ଡ୍ର ତ୍ୱଚା ଯତ୍ନ, କେଶ ଯତ୍ନ ଓ ମେକ୍ ଅପ୍ ବର୍ଗର ୧୫୦୦୦ରୁ ଅଧିକ ସାମଗ୍ରୀ ବିକ୍ରି ପାଇଁ
ଉପଲ୨ ରହିବ । ଏହା ମାଧମରେ ଦେଶର ସର୍ବବୃହତ ବିଉଟି ଉତ୍ପାଦର ଅନଲାଇନ୍ ବିକ୍ରି ହେବ । ଅନ୍ଲାଇନ୍ ବିକ୍ରି
ଉତ୍ସବରେ ପର୍ପଲ୍ ପ୍ରଦାନ କରୁଛି ଗୁଡ୍ ଭାଇବ୍ସ, ଆଲ୍ସ ଗୁଡ୍ନେସ୍, ଏନ୍ବାଇ ବାଇ, ଷ୍ଟେ କ୍ୱିର୍କି ଏବଂ ଅନ୍ୟାନ୍ୟ
ଜଣାଶୁଣା ବ୍ରାଣ୍ଡ୍ ଯଥା ମେବିଲିନ୍ ଏନାଭାଇ, ଲୋରିଆଲ ପ୍ୟାରିସ୍ ଏବଂ ଦି ଫେସ୍ ସୋପ୍ ଭଳି ଅନେକ ବ୍ରାଣ୍ଡ୍ର
ଉତ୍ପାଦ ।
ପର୍ପଲ୍ର ଆଇ ଲଭ୍ ବ୍ୟୁଟି ଅନଲାଇନ୍ ସେଲ୍ ଉତ୍ସବରେ ବିକ୍ରେତାମାନେ ସାଧାରଣ ଦିନଗୁଡ଼ିକ ତୁଳନାରେ ତିନି ଗୁଣା
ଅଧିକ ରିହାତି ଦେଉଛନ୍ତି । କମ୍ ମୂଲ୍ୟରେ ଉତ୍ପାଦ ଓ ଆକର୍ଷଣୀୟ ଅଫର ମାଧ୍ୟମରେ ଭାରତର ସମସ୍ତ ଗ୍ରାହକମାନେ
ଏହାର ଲାଭ ଉଠାଇପାରିବେ ଯାହାର ଏ ସାଧାରଣ ଲକ୍ଷ୍ୟ ହେଉଛି “ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ’ ।
ପର୍ପଲ୍ର ସହ ପ୍ରତିଷ୍ଠାତା ଓ ସିଇଓ ମନିଷ ତନେଜା କହିଛନ୍ତି ଯେ, “ଆଇ ଲଭ୍ ବିଉଟି ସେଲ୍ ଭାରତୀୟ
ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସପିଙ୍ଗ୍ ଅନୁଭୂତି ପ୍ରଦାନ କରୁଛି । ପର୍ପଲ୍ରେ ଆକର୍ଷଣୀୟ ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ର
ବିଶାଳ ପୋର୍ଟଫୋଲିଓ ରହିଛି ଯାହାକୁ ପାଂଚ ଦିନିଆ ସେଲ୍ରେ ପ୍ରଦାନ କରାଯିବ ଯାହା ମାଧ୍ୟମରେ ଏହା ଭାରତର

ସର୍ବବୃହତ ଅନଲାଇନ୍ ସେଲ୍ ହୋଇପାରିବ । ଏହି ଉତ୍ପାଦଗୁଡ଼ିକରେ ମଧ୍ୟ ଅନେକ ଆକର୍ଷଣୀୟ ଅଫର ପ୍ରଦାନ
କରାଯାଉଛି ଯଥା ତିନି ଗୁଣା ରିହାତି ଠାରୁ ମାଗଣା ପ୍ରଡକ୍ଟ ବଣ୍ଡ୍ଲ ଏବଂ ଆମର ଇଲାଇଟ୍ ସଦସ୍ୟମାନଙ୍କ ପାଇଁ
ସ୍ୱତବ ଅଫର । ଆମେ ମଧ୍ୟ ସଠିକ୍ ସମୟରେ ଡେଲିଭରିକୁ ସୁନି୧⁄୨ିତ କରୁଛୁ ଯଦ୍ୱାରା ସମସ୍ତ ଗ୍ରାହକ ଏକ ସ୍ମରଣୀୟ
ସପିଙ୍ଗ୍ ଅନୁଭୂତି ପାଇପାରିବେ ।’’
ପର୍ପଲ୍ ପକ୍ଷରୁ ଏହି ପାଂଚ ଦିନିଆ ସେଲ୍ରେ ପ୍ରଦାନ କରାଯିବାକୁ ଥିବା ଆକର୍ଷଣୀୟ ଅଫରଗୁଡ଼ିକ ଭିତରେ ରହିଛି:
୧) ପ୍ଲମ୍, ମାମା ଆର୍ଥ, ଏମକାଫିନ୍, ଗୁଡ୍ ଭାଇବ୍ସ, ଆଲ୍ପସ ଗୁଡ୍ନେସ୍, ଏନ୍ୱାଇ ବାଇ, ଷ୍ଟେ କ୍ୱିର୍କି, ଡର୍ମଡକ୍,
ବାୟାମ ଆୟୁର୍ବେଦ, ପର୍ପଲ୍ କସ୍ମେଟିକ୍ସ, ଦି ମମ୍ସ କୋ ଆଦି ବ୍ରାଣ୍ଡ୍ର କ୍ରୟ ଉପରେ ମାଗଣା ଉପହାର
୨) ଏହା ସହିତ ଦି ପେସ୍ ସପ୍, ବ୍ଲୁ ହେଭେନ୍, ଫେସେସ୍ କାନାଡା, ଆରୋମା ମ୍ୟାଜିକ୍, ଦି ମମ୍ସ କୋ, ୱାଓ,
ବେଲା ଭୋଷ୍ଟ୍ ବ୍ରାଣ୍ଡ୍ରେ ବାଏ ୧ ଗେଟ ୧ ପ୍ରି, ବାଏ ୨ ଗେଟ୍ ୨ ଫ୍ରି, ବାଏ୍ ୩ ଗେଟ୍ ୩ ଫ୍ରି ଅଫର
ପ୍ରଦାନ କରାଯାଉଛି ।
୩) ବ୍ରାଣ୍ଡ୍ ଯଥା ମେବିଲିନ୍, ଲୋରିଆଲ୍ ପ୍ୟାରିସ୍, ଲାକ୍ସେ, ନିଭେଆ, ବାୟୋଟିକ୍, ଲୋଟସ୍ ହର୍ବାଲ୍, ହିମାଳୟ,
ଓ୩+ରେ ସର୍ବାଧିକ ରିହାତି ପ୍ରଦାନ କରାଯାଉଛି ।
ଆଇ ଲଭ୍ ବିଉଟି ଅନଲାଇନ ୍ସେଲ୍ ଫେଷ୍ଟିଭାଲ୍ରେ ସାଧାରଣ ଦିନ ତୁଳନାରେ ପର୍ପଲ୍ ଗ୍ରାହକଙ୍କ ସଂଖ୍ୟାରେ
ପାଂଚଗୁଣା ବୃଦ୍ଧି ଆଶା କରୁଛି । ଏହା ସହିତ ଫେଷ୍ଟିଭାଲ୍ ଦିନମାନଙ୍କରେ ପର୍ପଲ୍ର ଦୈନିକ କାରବାର ପରିମାଣ ଛଅ
ଗୁଣ ବୃଦ୍ଧି ପାଇବ । କଂପାନି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରୁ ୭୫% ବରାଦ ଆଶା କରୁଛି । ଗ୍ରାହକଙ୍କ ଅଭିଳାଷ
ବଢ଼ିବା ଏବଂ ବ୍ୟକ୍ତିଗତ ଯତ୍ନକୁ ନେଇ ସଚେତନତାରେ ହୋଇଥିବା ବୃଦ୍ଧି କାରଣରୁ ଗତ କିଛି ବର୍ଷ ମଧ୍ୟରେ ବିଉଟି
ଓ କସମେଟିକ୍ସ ଉତ୍ପାଦଗୁଡ଼ିକର ଅନଲାଇନ୍ ସପିଙ୍ଗ୍ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ପର୍ପଲ୍କୁ ଗୋଲ୍ଡମ୍ୟାନ୍ ସଚସ୍,
ଭର୍ଲିନଭେଷ୍ଟ୍, ବୁଲୁମ୍ ଭେଂଚର୍ସ, ଇଭି କ୍ୟାପ୍ ଭେଂଚର୍ସ ଏବଂ ଜେଏସ୍ଡବ୍ଲୁ ଭେଂଚର୍ସରୁ ପାଣ୍ଠି ସହଯୋଗ ମିଳୁଛି ।
ପର୍ପଲ୍ର ଆଂଚଳିକ ସେବା ପ୍ରଦାନକାରୀ ଯଥା ଏକ୍ସବ୍ରେସ୍ବିସ୍, ବ୍ଲୁଡାର୍ଟ, ଡେଲିଭରି, ଏକମ୍ ଏକ୍ସପ୍ରେସ୍,
ସୋଡୋଫାକ୍ସ ଓ କନେକ୍ଟ ଇଣ୍ଡିଆ ସହିତ ସହଭାଗିତା ସ୍ଥାପନ କରୁଛି ଓ ଏହାର ଗ୍ରାହକମାନଙ୍କ ଅର୍ଡରକୁ ସଠିକ୍
ସମୟରେ ଡେଲିଭରି ପ୍ରଦାନ କରିବା ସୁନି୧⁄୨ିତ କରୁଛି । ଏହାର ଡେଲିଭରି ସହଯୋଗୀମାନଙ୍କ ସହ ନୂଆ ଚୁକ୍ତି
ଅନ୍ତର୍ଭୁକ୍ତ ରହିଛି । ଦ୍ରୁତ ଡେଲିଭରି ପାଇଁ ବିବିଧ ଥର ପିକ୍ ଅପ୍ ସୁବିଧା ରହିଛି । ପାର୍ବଣ ଦିନମାନଙ୍କରେ
ଗ୍ରାହକମାନଙ୍କ ବରାଦକୁ ନିରୀକ୍ଷଣ କରିବା ପାଇଁ କାଂପନି ହାଇଦ୍ରାବାଦ ଠାରେ ନୂଆ ଫୁଲଫିଲମେଂଟ୍ ସେଂଟର
ସ୍ଥାପନ କରୁଛି । ପର୍ପଲ୍ର ପୂର୍ବରୁ ଚାରିଟି ଆଧୁନିକ ଫୁଲଫିଲମେଂଟ୍ ସେଂଟର ମୁମ୍ବାଇ, ଗୁରୁଗାଓଁ, ବାଙ୍ଗାଲୋର ଓ
କୋଲକାତାରେ ରହିଛି ଯାହାକି ପାର୍ବଣ ଦିନମାନଙ୍କରେ ୨୪ ଘଂଟା କାର୍ଯ୍ୟ କରିବ ଯାହା ଫଳରେ କି ଏହାର
ଗ୍ରାହକମାନଙ୍କୁ ସଠିକ୍ ସମୟରେ ଓ ଦ୍ରୁତ ଭାବରେ ଡେଲିଭରି ପ୍ରଦାନ କରାଯାଇପାରିବ । ୧୦-୧୫ ଗୁଣା ଟ୍ରାଫିକ୍କୁ
ନିୟବରଣ କରିବା ପାଇଁ କଂପାନି ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି । କଂପାନି ଅଟୋ ସ୍କେଲିଂ କ୍ଲାଉଡ୍ ସଲ୍ୟୁସନ୍ସ

ଜରିଆରେ ଟ୍ରାଫିକ୍ ବୃଦ୍ଧି ସମୟରେ ଷ୍ଟୋରେଜ୍ ୟୁନିଟ୍ର ପରିଚାଳନା କରିବ । ଏହା ସହିତ ପୂର୍ବରୁ ଟ୍ରାଫିକର
ଆକଳନ କରିବା ଏବଂ ସେହି ଅନୁସାରେ ଭିତିଭୂମିର ପରିଚାଳନା କରିବା ତଥା ସଠିକ୍ ଭାବେ ସେବା ପ୍ରଦାନ
କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପ୍ଲାଟଫର୍ମ ଇଞ୍ଜିନିୟରିଂ ଟିମ୍ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ଯଦ୍ୱାରା
ଗ୍ରାହକମାନଙ୍କୁ ଏକ ଉତମ ଓ ଆରାମଦାୟକ ଅନୁଭୂତି ଦିଆଯାଇପାରୁଛି ।

Leave A Reply

Your email address will not be published.