ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର

0 68

ବେଜିଂ: ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ । କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି । ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି ହୋଇଥିବା ଏକ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।
ଚୀନ ଏବଂ ପାକିସ୍ତାନ ଜୈବିକ ଯୁଦ୍ଧ ପାଇଁ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କ୍ଲାକ୍ସନ ନାମକ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି । କରୋନା ଭୂତାଣୁ ମହାମାରୀ ପାଇଁ ଚୀନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି । ଭୂତାଣୁ ବିଷୟରେ ଚୀନ ତଥ୍ୟ ଲୁ·ଇଥିବାରୁ ଏହା ସାରା ବିଶ୍ ବିରୋଧରେ ଚୀନର ଜୈବିକ ଯୁଦ୍ଧ ବୋଲି ଅନେକ ରାଷ୍ଟ୍ର ଅଭିଯୋଗ କରୁଛନ୍ତି । ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିରୁ କରୋନା ଭୂତାଣୁର ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଏବେ ସେହି ଉହାନ୍ ଲାବରେଟୋରିରେ ଭାରତ ବିରୋଧୀ ଜୈବିକ ଅସ୍ତ୍ର ପାଇଁ ନୂଆ ଭୂତାଣୁ ବିକଶିତ କରାଯାଉଛି । ଏଥିଲାଗି ଚୀନ ପାକିସ୍ତାନର ମିଲିଟାରି ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇ ଜେଶନ(ଡିଇଏସଟିଓ) ସହିତ ଗୁପ୍ତ ଚୁକ୍ତି କରିଛି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।
ରିପୋର୍ଟ ଅନୁସାରେ, ଉହାନ୍ ଲାବରୋଟୋରିରେ କିଛି ସଂକ୍ରାମକ ରୋଗ ପାଇଁ ଭୂତାଣୁ ବିକଶିତ କରାଯାଉଛି । ଚୀନ ଏହାର ପରୀକ୍ଷଣ ନିଜ ଦେଶର ସୀମା ବାହାରେ କରୁଛି । ଗୁପ୍ତ ପ୍ରକଳ୍ପ ପାଇଁ ଉହାନ ପରୀକ୍ଷାଗାରକୁ ସମସ୍ତ ପ୍ରକାର ବସ୍ତୁ, ଆର୍ଥିକ, ଏବଂ ବୈଜ୍ଞାନିକ ସହାୟତା ଯୋଗାଇ ଦିଆଯାଇଛି । ସମସ୍ତ ଆର୍ଥିକ ସହାୟତା ଚୀନ ବହନ କରୁଛି । ଏହି ପ୍ରକଳ୍ପର ନାମ “ଉଦୀୟମାନ ସଂକ୍ରାମକ ରୋଗ ଏବଂ ଭେକ୍ଟର ସଂକ୍ରମଣ ରୋଗର ଜୈବିକ ନିୟନ୍ତ୍ରଣ ଉପରେ ଅଧ୍ୟୟନ ପାଇଁ ସହଯୋଗ’ ରଖାଯାଇଛି । ପାକିସ୍ତାନର ଡିଇଏସଟିଓ ଏକ ଗୁପ୍ତ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମରେ ଆନ୍ଥ୍ରାକ୍ସ ସହିତ ଜଡିତ ବିଭିନ୍ନ ଅନୁସନ୍ଧାନ ପ୍ରକଳ୍ପରେ ନିୟୋଜିତ ହୋଇଛି ବୋଲି ମଧ୍ୟ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.