ଆମେରିକାକୁ ଚେଙ୍ଗଡୁ ଦୂତାବାସ ବନ୍ଦ ନିର୍ଦ୍ଦେଶ ଦେଲା ଚୀନ

0 67

ବେଜିଂ: ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଆମେରିକା ହଷ୍ଟନ ଏବଂ ଟେକ୍ସାସ ସହରରେ ଥିବା ଚୀନ ଦୂତାବାସ ବନ୍ଦ କରିବାକୁ ଆଦେଶ ଦେବା ପରେ ଚୀନ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିଛି । ଚେଙ୍ଗଡୁ ସହରରେ ଥିବା ଆମେରିକୀୟ ଦୂତାବାସକୁ ବନ୍ଦ କରିବାକୁ ଚୀନ ଆମେରିକାକୁ ନିର୍ଦ୍ଦେଶ ଦେଇଛି ।
ଶୁକ୍ରବାର ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନ୍ୱିନ୍ କହିଛନ୍ତି, ଚେଙ୍ଗଡୁ ସହରରେ ଥିବା ଆମେରିକୀୟ ଦୂତାବାସର ଲାଇସେନ୍ସ ପ୍ରତ୍ୟାହାର କରିନିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଚୀନ ଆମେରିକାକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛି । ଚେଙ୍ଗଡୁରେ ଆମେରିକୀୟ ମହାବାଣିଜ୍ୟ ଦୂତାବାସର ସ୍ଥାପନା ଏବଂ ପରି·ଳନା ପାଇଁ ଚୀନ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛି । ହଷ୍ଟନରେ ·ଇନିଜ୍ ଦୂତାବାସ ବନ୍ଦ କରିବାକୁ ଆମେରିକାର ଏକପାଖିଆ ନିଷ୍ପତ୍ତି ପରେ ଏପରି ପଦକ୍ଷେପ ନିଆଯାଇଥିବା ଚୀନ କହିଛି । ଏହା ଆମେରିକା ପାଇଁ ଉପଯୁକ୍ତ ଜବାବ । ୱାଙ୍ଗ ୱେନ୍ୱିନ୍ କହିଛନ୍ତି, ଦୂତାବାସ ବନ୍ଦ କରିବାର ନିଷ୍ପତ୍ତି ଅନ୍ତର୍ଜାତୀୟ ଆଇନ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସଞ୍ଚାଳିତ କରୁଥିବା ମୂଳ ନିୟମଗୁଡ଼ିକୁ ଉଲ୍ଲଂଘନ କରିବା ସହିତ ଚୀନ-ଆମେରିକାର ସମ୍ପର୍କକୁ ଗମ୍ଭୀର ଭାବେ ଦୁର୍ବଳ କରୁଛି । ଏହା ଚୀନ ଏବଂ ଆମେରିକାର ଲୋକମାନଙ୍କ ମଧ୍ୟରେ ଥିବା ବନ୍ଧୁôର ପୋଲକୁ ଭାଙ୍ଗିବା ସଦୃଶ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.