ରେଳ ବାଇ ପ୍ଲାଟଫୋର୍ମରେ ଦୁର୍ଘଟଣା

0 74

ରାୟଗଡା : ରାୟଗଡା ଜିଲ୍ଲା ଥେରୁବାଲି ପ୍ଲାଟଫୋର୍ମରେ ଆଜି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ସୂଚନାରୁ ପ୍ରକାଶ ଯେ ରେଳ ବିଭାଗ ଦ୍ଵାରା ଚାଲି ଥିବା ପାଚେରୀ କାମ ଆଜକୁ ୬ମାସରୁ ଉର୍ଦ୍ଧ୍ବ ହେବ ଚାଲି ରହିଛି ।ଠିକା ସଂସ୍ଥା ଦ୍ୱାରା ଚାଲି ଥିବା ଏହି ପାଚେରୀ କାର୍ଯ୍ୟ ପୁରା ଧିମା ରେ ଚାଲୁଥିବା ବେଳେ ଅତି ନିମ୍ନ ମାନ ର ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।ଏଥି ପୂର୍ବରୁ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ଏହି ପ୍ଲାଟଫୋର୍ମ ର ପାଚେରୀ ଭୁଶୁଡି ନିକଟରେ ଥିବା ଜନ ସାଧାରଣ ଙ୍କ ଅନେକ କ୍ଷତି ହୋଇ ଥିବା ନଜିର ରହିଛି ।  ଠିକାଦାର ଙ୍କ ଦ୍ଵାରା ଏଭଳି ବେନିୟମ କାମ ହେଉଥିଲେ ମଧ୍ୟ ରେଳ ବିଭାଗର ଦୁର୍ଷ୍ଟି ପଡୁନି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଠିକାଦାର ଓ ରେଳ ବିଭାଗ ମଧ୍ୟରେ ଚାଲିଥିବା ମଧୁ ଚନ୍ଦ୍ରିକା ରେ ସାଧାରଣ ଜନତା ବୋଳି ପଡୁଛନ୍ତି । ଆଜିର ଦୁର୍ଘଟଣାରେ ଗୋଟିଏ ମିକ୍ସଚର ମେସିନ ଓଲଟି ପଡିଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା ହେଲପେରର ଗୋଡ଼ କୋଟି ଥିବା ସୂଚନା ମିଳୁଛି । ସ୍ୱନ୍ତନା ଦୁର୍ଷ୍ଟିରୁ ଗୁରୁତର ହେଲପରକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।କିଛି ଦିନ ପରେ ହେଲ ପର ର କ୍ଷତି ପୂରଣ ଦେବା ପାଇଁ ଠିକା ଦାର ଭୁଲିଯିବ । ଏ ଭଳି ରେଳବିଭାଗ ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହେଉଥିଲେ ଉପରସ୍ତ ଅଧିକାରୀଙ୍କ ଦୁର୍ଷ୍ଟି ପଡୁନଥିବା ଅଞ୍ଚଳରେ ଆଲୋଚନା ହେଉଛି ।

Leave A Reply

Your email address will not be published.