ପ୍ରଶାସନିକ ଅବହେଳା: ଅରେଇ କୁଆଁରୀରେ ସରକାର ରାଜସ୍ୱ ହରାଉଛନ୍ତି

0 78

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପଦ୍ମପୁର ବ୍ଲକ୍ ଅଧୀନସ୍ଥ ଖମାପଦର ଅଞ୍ଚଳରେ ଥିବା ଅରେଇ କୁଆଁରୀ ବିଭିନ୍ନ ସ୍ଥାନରେ ଏବେ ପଥର ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି । ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡ଼ୁଛି । ସୂଚନା ଯୋଗ୍ୟ ଯେ, ବିଜ୍ଞପ୍ତି ପତ୍ର ସଂଖ୍ୟା ୧୧୬୮, ପଦ୍ମଭପୁର ତହସିଲ ଅଧୀନସ୍ଥ ନିମ୍ନଲିଖିତ ସୌରାତ ଉତ୍ସ ଲଘୁ ଖଣିଜ ଦ୍ରବ୍ୟ ଗୁଡ଼ିକ ପାଇଁ ଆସନ୍ତା ୫ବର୍ଷ ନିମନ୍ତେ ୨୦୨୦-୨୧ ଆର୍ଥିକ ବର୍ଷଠାରୁ ୨୦୧୪-୨୫ ପର୍ଯ୍ୟନ୍ତ ଲିଜ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଜୁନ୍ ୩୦ ତାରିଖ ଦିନ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ଟେଣ୍ଡର ତ ସରିଲା, ଏଗ୍ରିମେଣ୍ଟ ନ ହେଉଣୁ ‘ବିି ଆର୍ ସି’ ଠିକାଦାର ନାମକ ଏକ କମ୍ପାନୀ କେମିତି ପଥର ବ୍ଲାଷ୍ଟିଂ କରୁଛନ୍ତି । କାହା ଅନୁମତି ନେଇ ପଥର ବ୍ଲାଷ୍ଟିଂ କରୁଛନ୍ତି । କୌଣସି ପ୍ରକାର ପରମିଶନ ନ ଥାଇ ପ୍ରଶାସନକୁ ହାତରେ ରଖି କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟକୁ ଲୁଟି ଚାଲୁଛନ୍ତି । ମାତ୍ର ଟେଣ୍ଡର କାମ ଦେଖେଇ ୩ ମାସ ଟେମ୍ପରାରି ଲାଇସେନ୍ସରେ କାମ କରି ଲୋକଙ୍କୁ ଡରାଇ ପଥରକୁ ବ୍ଲାଷ୍ଟ କରି ଲୁଟୁଛନ୍ତି । ଜୁନ୍ ୧୯ ତାରିଖରେ ପଥର ବ୍ଲାଷ୍ଟିଂ ହେଉଥିବା କିଛି ଭିଡ଼ିସ ଭାଇରାଲ୍ ହୋଇଥିଲା । ହେଲେ ଏହିଠାରେ ପ୍ରଶାସନିକ ଅଧିକାରୀମାନେ କାହିଁକି ଚୁପ୍ ରହୁଛନ୍ତି । ପ୍ରଶ୍ନଉଠୁଛି ଯେ, ଆର୍.ଆଇ., ତହସିଲଦାରଙ୍କ କ’ଣ ତାଙ୍କ ଦୃଷ୍ଟିକୁ ଯାଉ ନାହିଁ କି ଯଦି ଯାଉଛି ତେବେ ବି ଆର୍.ସି. କମ୍ପାନୀ ସହିତ କ’ଣ ମଧୁଚନ୍ଦ୍ରିକା ଚାଲିଛି କି ? ଏହି ଅଞ୍ଚଳରେ କୋଟିକୋଟି ଟଙ୍କାର ପଥର ଗଚ୍ଛିତ ରହିଛି । ଏସବୁ ସରକାର ଜାଗାରେ ପଡ଼ି ରହିଥିବା ବେଳେ ରାଜସ୍ୱ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସରକାରୀ ପଥର ଖାଦାନ ଚାଲୁନଥିବା ବେଳେ ଅଞ୍ଚଳରେ ପଥର କୁଆଡ଼େ ଆସୁଛି ଏ ନେଇ ସନ୍ଦେହ ଉପୁଜିଛି ।
ସେହିପରି ପଥର କିଏ ବ୍ଲାଷ୍ଟିଂ କରୁଛି ତ ଆଉ କିଏ ତାଡ଼ି ମେଟାଲ୍ ପିଟି ଗଚ୍ଛିତ କରି ରଖିଛି । ପଥର ତାଡ଼ି ବଡ଼ ବଡ଼ ଗାତ ସୃଷ୍ଟି କରିଥିବା ବେଳେ ବର୍ଷା ଦିନରେ ମୃତ୍ତିକା କ୍ଷୟ ହେବାର ଆଶଙ୍କା ଘାରିଛି । ଫଳରେ ପାଖରେ ଥିବା ଶାଳ ଜଙ୍ଗଲ ଧୋଇ ଯିବାର ଆଶଙ୍କା ରହିଛି । ବହୁ ସ୍ଥାନରେ ଗଛ ତାଡ଼ି ପଥର ମାଫିଆମାନେ ଆଗକୁ ଆଗକୁ ତାଡ଼ି ମାଡ଼ିଚାଲିଥିବା ବେଳେ ବନବିଭାଗର ତାଗିଦ ଅଛି ନା ରାଜସ୍ୱ ବିଭାଗର କଟକଣା ରହିଛି । ଫଳରେ ଏହାର ତଦନ୍ତ ନିହାତି ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.