ଥମୁନାହିଁ କରୋନା ସଂକ୍ରମଣ, ଗଜପତିରେ ଆଜି ପୁଣି ୮୮ ପଜିଟିଭ୍ ଚିହ୍ନଟ, ସଂଖ୍ୟା ଛୁଇଁଲା ୯୨୫

0 66


ପାରଳାଖେମୁଣ୍ଡି : ଗଜପତିରେ ଥମୁନାହିଁ କରୋନା ଜନିତ ଚିନ୍ତା ବଢିବାରେ ଲାଗିଛି । ଗଜପତି ଜିଲ୍ଲା ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୮ ଜଣକୁ ମିଶାଇ ସଂଖ୍ୟା ୯୨୫ରେ ପହଞ୍ଚିଛି । ଏହି ୮୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୫୪,ଗୁମ୍ମା ବ୍ଲକର ୧୦,ଆର.ଉଦୟଗିରି ବ୍ଲକର ୧୬,ଗୋଷାଣୀ ବ୍ଲକର ୫,ରାୟଗଡାର ୧,କାଶୀନଗର ୧,ନୁଆଗଡ ୧ଜଣ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୮ଜଣ କରୋନା ଯୋଦ୍ଧା,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚ ବେଳେ ୫୨ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୨୭ଜଣ ଓ ଜିଲ୍ଲା ବାହାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଏହି ୮୮ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.