ରାୟଗଡା ଜିଲ୍ଲାକୁ 7 ଦିନ ପାଇଁ ସଟଡାଉନ ଘୋଷଣା

0 77

ରାୟଗଡା ଜିଲ୍ଲାକୁ 7 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ରାୟଗଡା ଜିଲ୍ଲାରେ ଆଜି 65 ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା କୁ ମିଶାଇ ରାୟଗଡ଼ା ଜିଲ୍ଲାରେ  କୋରୋନା ରୋଗୀ ସଂଖ୍ୟା 488 ରେ ପହଂଚିଛି। ବର୍ତ୍ତମାନ ସୁଦ୍ଧା 6556 ଜଣଂକର ସ୍ୱାବ ପରୀକ୍ଷା କରାଯାଇଛି। ଆଜିର ଗୁଣୁପୁର ସହର ର 34 ଜଣଂକର, ରମାନଗୁଡା 12 , ରାୟଗଡା ସହର ର 17,ବିସମକଟକ ର 01ଏବଂ ପଦ୍ମପୁର ର 01 କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଂକୁ ଜେକେପୁର କୋବିଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ଦିନରେ କରନା ର ପ୍ରକୋପ ଆହୁରି ଭୟଙ୍କର ରୁପ ନେବା ଆଶଙ୍କା ଥିବାରୁ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରବଣ କୁମାର ଜିଲ୍ଲାବାସୀ ଙ୍କୁ ଘରୁ ନବହାରିବା ପାଇଁ ଅନୁରୋଧ କରିଥିଲେ, ଜରୁରୀକାଳୀନ ପରିସ୍ଥିତି ରେ ବାହାରିଲେ ଭି, ସାମାଜିକ ଦୂରତା ରହିବା ସହ ମାସ୍କ ପିନ୍ଧିବା ପାଇଁ ଓ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ।ଯଦି କୌଣସି ବ୍ୟକ୍ତି ଏହାର ବ୍ୟତିକ୍ରମ କରନ୍ତି ତାହା ହେଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦେଇଥିଲେ।

Leave A Reply

Your email address will not be published.