୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ

0 71

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି । କିନ୍ତୁ ତାଙ୍କର ପ୍ରେଗନେନ୍ସି ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି । ଏଥିସହିତ ମୋଟ ୧୦ କରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଗଜପତି ଜିଲ୍ଲାର ୬୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ, ସେ ଡାଇବେଟିସ୍ ଏବଂ ହାଇପରଟେନସନ୍‌ରେ ପୀଡ଼ିତ ଥିଲେ  । ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ ପୁରୁଷ ରୋଗୀଙ୍କ ଦେହାନ୍ତ ହୋଇଛି  । ଗଞ୍ଜାମ ଜିଲ୍ଲା ଆଉ ଜଣେ ମୃତକ ହେଉଛନ୍ତି ୫୫ ବର୍ଷୀୟ ପୁରୁଷ । ସେ ମଧ୍ୟ କରୋନା ସହିତ ଡାଇବେଟିସ୍ ଏବଂ ହାଇପରଟେନସନ୍‌ରେ ପୀଡ଼ିତ ଥିଲେ । ଗଞ୍ଜାମ ଜିଲ୍ଲାର ଅନ୍ୟ ମୃତକମାନଙ୍କ ମଧ୍ୟରେ ୬୦ ବର୍ଷୀୟ ପୁରୁଷ, ୬୪ ବର୍ଷୀୟ ପୁରୁଷ ରହିଛନ୍ତି, ସେମାନେ ଉଭୟ କ୍ରୋନିକ୍‌ କିଡନୀ ରୋଗରେ ପୀଡ଼ିତ ଥିଲେ  । ଗଞ୍ଜାମ ଜିଲ୍ଲା ୬୦ ବର୍ଷୀୟ ଜଣେ ପୁରୁଷ  । ୩୫ ବର୍ଷୀୟ ପୁରୁଷ ଖୋର୍ଦ୍ଧା ଜିଲ୍ଲା । ଗଞ୍ଜାମ ଜିଲ୍ଲା ୫୧ ବର୍ଷୀୟ ମହିଳା । ସୁନ୍ଦରଗଡ଼ ଜିଲ୍ଲା ୬୯ ବର୍ଷୀୟ ପୁରୁଷ । ଭୁବନେଶ୍ୱର ୫୮ ବର୍ଷୀୟା ଜଣେ ମହିଳା, ସେ ଡାଇବେଟିସ୍ ସମେତ ଅନ୍ୟ କିଛି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।

Leave A Reply

Your email address will not be published.