ପୁଣି ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ

0 76

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୦୨ ଓ ସ୍ଥାନୀୟ ଅଞ୍ଚଳରୁ ୫୦୧ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୧୯, ବରଗଡ଼ ଜିଲ୍ଲାରୁ ୨୩, ଭଦ୍ରକ ଜିଲ୍ଲାରୁ ୨୫, ବଲାଙ୍ଗୀର ଜିଲ୍ଲାରୁ ୨୧, ବୌଦ୍ଧ ଜିଲ୍ଲାରୁ ୧, କଟକ ଜିଲ୍ଲାରୁ ୧୩୬, ଢେଙ୍କାନାଳ ଜିଲ୍ଲାରୁ ୩୨, ଗଜପତି ଜିଲ୍ଲାରୁ ୭୩, ଜଗତସିଂହପୁର ଜିଲ୍ଲାରୁ ୬, ଯାଜପୁର ଜିଲ୍ଲାରୁ ୫୧, ଝାରସୁଗୁଡ଼ା ଜିଲ୍ଲାରୁ ୧୦, କଳାହାଣ୍ଡି ଜିଲ୍ଲାରୁ ୧୦, କନ୍ଧମାଳ ଜିଲ୍ଲାରୁ ୭୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, କେନ୍ଦୁଝର ଜିଲ୍ଲାରୁ ୪୩, ଖୋର୍ଦ୍ଧା ଜିଲ୍ଲାରୁ ୨୨୩, କୋରାପୁଟ ଜିଲ୍ଲାରୁ ୩୪, ମାଲକାନଗିରି ଜିଲ୍ଲାରୁ ୩୪, ମୟୂରଭଞ୍ଜ ଜିଲ୍ଲାରୁ ୨୮, ନବରଙ୍ଗପୁର ଜିଲ୍ଲାରୁ୨, ନୟାଗଡ଼ ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୪ ,ରାୟଗଡ଼ା ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ ୧୭, ସୁବର୍ଣ୍ଣପୁର ଜିଲ୍ଲାରୁ ୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୬,୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୯ ରହିଛି।

Leave A Reply

Your email address will not be published.