ଚର୍ଚ୍ଚାରେ କନ୍ଧମାଳର ବିନ୍ସ, ଫୁଲକୋବି

0 75

ଫୁଲବାଣୀ,୨୮.୦୭ (ଡି କେ ନ୍ୟୁଜ) : କନ୍ଧମାଳରେ ବାଇଗଣ, ବିନ୍ସ, ଭେଣ୍ଡି ଓ ଜହ୍ନି ଭଲ ଉତ୍ପାଦିତ ହୋଇଥାଏ । ଏହି ସମୟରେ ବିନ୍ସ୍ ଓ ଫୁଲକୋବି ବେଶି ଉତ୍ପାଦିତ ହୋଇଥାଏ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିନସ ଓ ଫୁଲକୋବିର ·ହିଦା ବେଶି । ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ବିନସ ଉତ୍ପାଦନ ଏକ ଲକ୍ଷ ୧୧ ହଜାର କ୍ୱିଣ୍ଟାଲ ଥିବା ବେଳେ ଫୁଲକୋବିର ଉତ୍ପାଦନ ୨୫ ହଜାର କ୍ୱିଣ୍ଟାଲ ରହୁଛି । ଜୁନ ମାସରେ ବିନ୍ସ୍ ଓ ଫୁଲକୋବି ବେଶି ଉତ୍ପାଦିତ ହୁଏ ।

ବିନ୍ସ୍ ବାହାରିବା ପରେ ପ୍ରଥମେ ପ୍ରଥମେ କିଲୋ ପିଛା ୧୦୦ରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥାଏ । ଏହାପରେ ଜୁଲାଇରେ ବିନ୍ସ୍ ଦର କମି ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଥାଏ । ସେହିଭଳି ଫୁଲକୋବି କିଲୋ ୧୦୦ ଟଙ୍କା ଉପରେ ରହିଥାଏ । ପରେ ୫୦-୬୦ ଟଙ୍କାକୁ ଖସି ଆସେ । ଜୁନ୍ ଠାରୁ ଅଗଷ୍ଟ ଏହି ୩ ମାସରେ ବିନ୍ସ୍ ଓ ଫୁଲକୋବି ·ଷରୁ କନ୍ଧମାଳର ପରିବା ·ଷୀ ବେଶି ଲାଭବାନ ହୋଇଥାନ୍ତି । ଯଦିଓ କିଛି ବେପାରୀ ଘରକୁ ଯାଇ ପରିବା କିଣୁଛନ୍ତି, ତାହା ପୁଣି ବିନ୍ସ କିଲୋ ପିଛା ୨୦ରୁ ୨୫ ଓ ଫୁଲକୋବି କିଲୋ ମାତ୍ର ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ବିଶେଷ କରି ରାଇକିଆ ଅଞ୍ଚଳରେ ଅଧିକ ମାତ୍ରାରେ ବିନ୍ସ ଉତ୍ପାଦିତ ହୋଇଥାଏ । ଅନ୍ୟପଟେ ପରିବା ସଂରକ୍ଷଣ ପାଇଁ କନ୍ଧମାଳରେ ଶୀତଳଭଣ୍ଡାର ବି ନାହିଁ । ·ହିଦା ସତ୍ତେ୍ୱ ବାହାରକୁ ପଠାଇବାର ସୁବିଧା ବି ନାହିଁ । ଜମିରେ ବିନସ୍ ବୁଢା ହେଉଛି । ଫୁଲକୋବି ନଷ୍ଟ ହେଉଛି । ଫଳରେ ଜମି ପାଖକୁ କିଣିବାକୁ ଆସୁଥିବା ବ୍ୟକ୍ତିଙ୍କୁ ବହୁ ଶସ୍ତାରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି କହନ୍ତି ରାଇକିଆ ଅଞ୍ଚଳର ·ଷୀ ଗୋଲକ କହଁର ଓ ମହିଳା ·ଷୀ ଦେପଦୀ ମଲିକ ।

Leave A Reply

Your email address will not be published.