“ଆଟ୍ ହୋମ୍’ କାର୍ଯ୍ୟକ୍ରମ ବାତିଲ କଲେ ରାଜସ୍ଥାନ ରାଜ୍ୟପାଳ

0 84

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନେତିକ ବିବାଦ ·ଲିଥିବା ମଧ୍ୟରେ କୋଭିଡ୍-୧୯ ମହାମାରୀ ପରିସ୍ଥିତି ଯୋଗୁଁ ରାଜ୍ୟପାଳ କଲରାଜ ମିଶ୍ର ସ୍ୱାଧୀନତା ଦିବସରେ ଆୟୋଜନ ହେଉଥିବା “ଆଟ୍ ହୋମ୍’ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ମିଶ୍ରଙ୍କ କାର୍ଯ୍ୟାଳୟରୁ ଜାରି ବିବୃତି ଅନୁସାରେ, ରାଜ୍ୟରେ କୋଭିଡ୍-୧୯ କାରଣରୁ ଉପୁଜିଥିବା ପରିସ୍ଥିତି ଯୋଗୁଁ ରାଜଭବନରେ ଆୟୋଜନ ହେଉଥିବା ବାର୍ଷିକ କାର୍ଯ୍ୟକ୍ରମ ଏ ବର୍ଷ ବାତିଲ କରାଯାଇଛ । ମଙ୍ଗଳବାର ଦିନ ମିଶ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କୁ ରାଜସ୍ଥାନରେ କରୋନା ଭାଇରସ୍ ଜନିତ ପରିସ୍ଥିତି ବିଷୟରେ ଚୁମ୍ବକେ ଅଲୋଚନା କରିଥିଲେ । ସେମାନଙ୍କୁ ରାଜ୍ୟପାଳ କହିଥିଲେ ଯେ, କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ସମଗ୍ର ରାଜ୍ୟରେ ଦ୍ୱାର ଦ୍ୱାର ବୁଲି ସର୍ବେକ୍ଷଣ କରାଯାଉଛି ।

Leave A Reply

Your email address will not be published.