ଏମ୍ଜି ମୋଟର ପକ୍ଷରୁ ଏସ୍ୟୁଭି ‘ହେକ୍ଟର ପ୍ଲସ୍’ର ବଜାର ପ୍ରବେଶ

0 85

ଭୁବନେଶ୍ୱର, ୨୯ ଜୁଲାଇ, ୨୦୨୦: ଏମ୍ଜି(ମୋରିସ୍ ଗ୍ୟାରେଜ୍)ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଭାରତର ପ୍ରଥମ ଇଂଟରନେଟ୍ ୬-ସିଟର ଏସ୍ୟୁଭି କାର୍ ହେକ୍ଟର ପ୍ଲସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୧୩.୪୮ ଲକ୍ଷ ଟଙ୍କା ରହିଛି । ଏହାକୁ ଗୁଜରାଟର ଦଡ଼ୋଦରା ନିକଟବର୍ତୀ ହାଲୋଲ୍ଠାରେ ଥିବା ଷ୍ଟେଟ୍-ଅଫ- ଦି-ଆର୍ଟ ମାନ୍ୟୁଫାକଚରିଂରେ ନିର୍ମିତ କରାଯାଇଛି । ଏହାର ଆଭ୍ୟ”ରୀଣ ଡୁଆଲ୍ ଟୋନ୍ ସ୍ମୋକଡ୍ ସେପିଆ ବ୍ରାଉନ୍ ରଙ୍ଗ ରହିଛି । ଏଥିରେ ନୂଆ କ୍ରୋମ୍ ଷ୍ଟଡେଡ୍ ଫ୍ରଂଟ୍ ଗ୍ରିଲ୍, ଚିଟ୍-ଚାଟ୍ ଫିଚର, ଆଇ-ସ୍ମାର୍ଟ ନେକ୍ସଟ୍ ଜେନ୍ ଇଂଟରଫେସ୍, ସ୍ମାର୍ଟ ସୁଇପ୍, ପ୍ରଂଟ୍ ଏବଂ ରିୟର ବମ୍ପର, ରିୟର ଟେଲ ଲାଇଟ୍ ଡିଜାଇନିଂ ଏବଂ ସ୍କିଡ୍ ପ୍ଲେଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଏକ ମାସ ଇନାଗୁରାଲ ପ୍ରାଇସ୍ ୨୦୨୦ ଅଗଷ୍ଟ ୧୩ ପର୍ଯ୍ୟ” ଉପଲବ୍ଧ ହେବ । ଏହାକୁ ଯେକୌଣସି ଏମ୍ଜି ଡିଲରଶିପ୍ରେ ବୁକିଂ କରାଯାଇ ପାରିବ । ଅଥବା ୱେବସାଇଟ୍ ରେ ବୁକିଂ କରାଯାଇ ପାରିବ । ଏହାପରେ ଏସ୍ୟୁଭିର ମୂଲ୍ୟରେ ୫୦,୦୦୦ଟଙ୍କା ବୃଦ୍ଧି ହେବ । ଏହି ଅବସରରେ ଏମ୍ଜି ମୋଟର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଲେ, ଆମେ ୨୦୧୯ରେ ଏମ୍ଜି ହେକ୍ଟରର ବଜାର ପ୍ରବେଶ କରାଇଥିଲୁ । ଏବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୬-ସିଟର ଇଂଟରନେଟ୍ ଏସ୍ୟୁଭି ବିଳାସପୂର୍ଣ୍ଣ ହେକ୍ଟର ପ୍ଲସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ବିକଶିତ ଜ୍ଞାନକୌଶଳଯୁକ୍ତ ଏସ୍ୟୁଭି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିବ । ଏମ୍ଜି ହେକ୍ଟରରେ ଉଭୟ ଏମ୍ଜି ସିଲ୍ଡ୍ ଏବଂ ଏମ୍ଜି ସିଲ୍ଡ ପ୍ଲସ୍ ରହିଛି । ଏହା ସହିତ ୫ ବର୍ଷର ଅସୀମିତ କିମି ୱାରେଂଟି, ୫ ବର୍ଷର ରୋଡ୍ସାଇଡ୍ ସହାୟତା ଏବଂ ମାଗଣା ଲେବର ଚାର୍ଜ ପ୍ରଥମ ୫ଟି ସର୍ଭିସ୍ରେ ଯୋଗାଇ ଦିଆଯିବ । ଏହା ଏମ୍ଜି ସିଲ୍ଡ ଅ”ର୍ଗତ ସମ୍ପନ୍ନ ହେବ । ଏହା ସହିତ ୩ ବର୍ଷର ପ୍ରିପେଡ୍ ମେଂଟେନାନ୍ସ୍ କ୍ଲାସିକ୍ ପ୍ୟାକେଜ୍ ଅ”ର୍ଗତ ୮,୦୦୦ଟଙ୍କାରେ ଯୋଗାଇ ଦିଆଯିବ । ସେହିପରି ସିଲ୍ଡ ପ୍ଲସ୍ ଅ”ର୍ଗତ କଷ୍ଟମର କନଭିଏନ୍ସ୍, ସାନିଟାଇଜେଶନ୍, କଂଟାକ୍ଟଲେସ୍ ସର୍ଭିସ୍ ଏବଂ ଆସ୍ୟୁରାନ୍ସ୍ ଆଦି ଯୋଗାଇ ଦିଆଯିବ । ଏମ୍ଜି ପକ୍ଷରୁ ଗରିବ ବାଳିକାଙ୍କ ଶିକ୍ଷା ପାଇଁ ଇମ୍ପାକ୍ଟ ସହିତ ମିଳିତ ଭାବେ ଦେଶର ୫୦ଟି ଲର୍ଣ୍ଣିଂ ସେଂଟରରେ ଉପଲବ୍ଧ କରାଯାଉଛି । ଏହା ଦେଶର ୫ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ସେଥିମଧ୍ୟରେ ୧୫ଟି ସେଂଟରରେ ଜ୍ଞାନକୌଶଳ ଆଧାରେ ଶିକ୍ଷାଦାନ କରାଯାଉଛି । ଦେଶର ୬୦,୦୦୦ରୁ ଅଧିକ ବାଳିକା ଏହାଦ୍ୱାରା ଉପକୃତ ହୋଇପାରିବେ ।

Leave A Reply

Your email address will not be published.