ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଉଦ୍ଧବ ସରକାରଙ୍କୁ ଟାର୍ଗେଟ୍ କଲେ ଫଡନଭିସ୍

0 78

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମହାରାଷ୍ଟ୍ର ବିଜେପି ଏହି ମାମଲାରେ ଉଦ୍ଧବ ଥାକ୍ରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ୍ନଭିସ୍ ଟ୍ୱିଟ୍ କରି ଲେଖିଛନ୍ତି କି ଜନତା ଚାହାନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ହେଉ, କିନ୍ତୁ ମହାରାଷ୍ଟ୍ର ସରକାର ଏହାକୁ ଖଣ୍ଡନ କରୁଛନ୍ତି । ଅତିକମ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ମନି ଲଣ୍ଡ୍ରିଂ ଦିଗ ପ୍ରତି ଯାଞ୍ଚ କରିବା ଉଚିତ୍ । ଅନ୍ୟପକ୍ଷରେ ବିହାର ସରକାରଙ୍କ ମନ୍ତ୍ରୀ ବି ସିବିଆଇ ଯାଞ୍ଚ ପ୍ରସଙ୍ଗ ଉଠାଇଛନ୍ତି । ମନ୍ତ୍ରୀ ଜୟ କୁମାର ସିଂ କହିଛନ୍ତି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ମାମଲାରେ ସିବିଆଇ ଯାଞ୍ଚ ପାଇଁ କହିପାରନ୍ତି । ଇତିମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମସ୍ତଙ୍କ ସନ୍ଦେହ ଚକ୍ଷୁରେ ଥିବା ରିୟା ଚକ୍ରବର୍ତ୍ତୀ ତାଙ୍କ ସଫେଇରେ କହିଛନ୍ତି କି ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା ଅଟେ । ଏଥିସହ ରିୟା ଘଟଣାର ମୋଡ଼କୁ ବଦଳାଇ ସୁଶାନ୍ତଙ୍କ ପରିବାର ଓ ତାଙ୍କ ସାଥୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

Leave A Reply

Your email address will not be published.