କରୋନା ହେଲା ବରଦାନ! ୩୩ ବର୍ଷ ପରେ ମାଟ୍ରିକ୍ ପାସ୍ କଲେ

0 72

ହାଇଦ୍ରାବାଦ, ୩୧ ।୭ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ବହୁ ରାଜ୍ୟରେ ଲକ୍ଡାଉନ୍ ଯୋଗୁଁ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଥିଲା । ବହୁ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଖୁବ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । କିନ୍ତୁ ହାଇଦ୍ରାବାଦର ନୁରୁଦ୍ଦିନଙ୍କ ପାଇଁ କରୋନା ବରଦାନ ସାବ୍ୟସ୍ତ ହୋଇଛି । କହିବାକୁ ଗଲେ ଚଳିତବର୍ଷ ତାଙ୍କୁ ଭାଗ୍ୟ ସାଥ୍ ଦେଇଛି ଓ ୩୩ ବର୍ଷ ପରେ ସେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ୍ କରିଛନ୍ତି । ସୁଚନାଥାଉକି କରୋନାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ରାଜ୍ୟ ସରକାର ସମସ୍ତ ଛାତ୍ରଛାତ୍ରୀ ଦର୍ଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ୍ ବୋଲି ଘୋଷଣା କରିଛନ୍ତି । ଏପରିସ୍ଥଳେ ହାଇଦ୍ରାବାଦ୍ର ୫୧ ବର୍ଷୀୟ ମହମ୍ମଦ ନୁରୁଦ୍ଦିନ ୩୩ ବର୍ଷ ଧରି ପରୀକ୍ଷା ଦେଉଥିଲେ ବି ସେଥିରେ ସେ ଫେଲ ହେଉଥିଲେ । କିନ୍ତୁ ସେ କେବେବି ହାର୍ ମାନିନଥିଲେ ।

Leave A Reply

Your email address will not be published.