ଆମେରିକା ଅର୍ଥବ୍ୟବସ୍ଥାକୁ ଜବରଦସ୍ତ ଝଟକା,୩୩% ହ୍ରାସ ପାଇଲା ଜିଡିପି

0 72

ୱାଶିଂଟନ୍, ୩୧ ।୭ : କରୋନା କାୟାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଆମେରିକାର ଅର୍ଥବ୍ୟବସ୍ଥାକୁ ଲାଗିଛି ଜବରଦସ୍ତ ଝଟ୍କା । ଏପ୍ରିଲ୍ରୁ ଜୁନ୍ ତ୍ରୈମାସିକରେ ଘରୋଇ ଉତ୍ପାଦ (ଜିଡିପି) ୩୩% ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହି ଅବସରରେ ଆମେରିକାରେ ବେରୋଜଗାର ବୃଦ୍ଧି ପାଇ ୧୪.୭%ରେ ପହଞ୍ôଚଛି । କରୋନା କାରଣରୁ ଆମେରିକାରେ ଲକ୍ଡାଉନ୍ ଜାରି କରାଯାଇଥିଲା ଓ ସେଠାରେ ସଂକ୍ରମଣ ଯୋଗୁଁ ସେଠାରେ କମ୍ପାନୀ, ବିଭିନ୍ନ ଛୋଟ ଓ ମଧ୍ୟମ ଉଦ୍ୟୋଗରେ କାମଧନ୍ଦା ଠପ୍ ପଡ଼ିଥିଲା । ଏଥିଯୋଗୁଁ ବହୁ ଲୋକଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା । ଗତ ସପ୍ତାହରେ ପାଖାପାଖି ୧୪ଲକ୍ଷ ଆମେରିକୀୟ ବେରୋଜଗାର ଭତ୍ତା ପାଇଁ ଆବେଦନ କରିଥିଲେ । ପ୍ରକାଶ କି ଆମେରିକା ଆର୍ଥିକ କ୍ୟାଲେଣ୍ଡର ବର୍ଷ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ପରିଗଣିତ ହୋଇଥାଏ ।

Leave A Reply

Your email address will not be published.