କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍

0 78

ଚେନ୍ନାଇ: କରୋନା ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ । ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି । ଟୁଇଟରେ, ମୁଁ କରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଛି । ମୋର ଲକ୍ଷଣ ସାମାନ୍ୟ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ମୁଁ ଘରେ କ୍ୱାରେଣ୍ଟାଇନରେ ଅଛି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କୁ ମେଡିକାଲ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଅନୁରୋଧ କରୁଛି ବୋଲି ଲେଖିଛନ୍ତି ସାଂସଦ କାର୍ତ୍ତି ଚିଦାମ୍ବରମ୍ । କାର୍ତ୍ତି ଚିଦାମ୍ବରମଙ୍କ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପାଇଁ ପଜିଟିଭ ପରୀକ୍ଷା କରିଥିଲେ । ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ନଥିବା ସହ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବର୍ତ୍ତମାନ ଚେତ୍ତାଇର କେଭେରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ·ଲିଥିବା ନେଇ ଖବର ମିିଳିଛି ।

Leave A Reply

Your email address will not be published.