ମୁଡ୍ ଅଫ୍ ନେଶନ୍ ସର୍ଭେ : ମୋଦି କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ବ୍ୟବସ୍ଥାରେ ବେଶ୍ ସୁଧାର ଆସିଛି ବୋଲି ୪୮% ଲୋକଙ୍କ ମତ

The Governor of Nagaland, Shri R.N. Ravi calling on the Prime Minister, Shri Narendra Modi, in New Delhi on August 08, 2019.
0 69

ନୂଆଦିଲ୍ଲୀ : ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ସ୍ଥିତି ସୁଧୁରିଛି ବୋଲି ମୁଡ୍ ଅଫ୍ ନେଶନ୍ ସର୍ଭେରେ ଜାଣିବାକୁ ମିଳିଛି । ସର୍ଭେ ମୁତାବକ ୪୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ବ୍ୟବସ୍ଥାରେ ବେଶ୍ ସୁଧାର ଆସିଛି ବୋଲି ମତବ୍ୟକ୍ତ କରିଛନ୍ତି । କିନ୍ତୁ ୪୨ ପ୍ରତିଶତ ଲୋକଙ୍କ କହିବାନୁଯାୟୀ ପୂର୍ବରୁ ଦେଶର ଆର୍ଥିକ ବ୍ୟବସ୍ଥା ଯାହା ଥିଲା ଏବେ ସେହି ସ୍ଥିତିରେ ଅଛି ବୋଲି କହିଛନ୍ତି । ପରନ୍ତୁ ୧୦ ପ୍ରତିଶତ ଲୋକଙ୍କ ସୂଚନାନୁଯାୟୀ ପୂର୍ବାପେକ୍ଷା ଦେଶର ଆର୍ଥିକ ବିଗିଡ଼ିଛି । ଏମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ମୁସ୍ଲିମ୍ ସମୁଦାୟର ଲୋକମାନେ ଦେଶର ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି । ସେହିପରି ୮ପ୍ରତିଶତ ହିନ୍ଦୁଙ୍କ ମତ ଅନୁଯାୟୀ ମୋଦି ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଅଧିକ ଖରାପ ହୋଇଯାଇଛି । ସର୍ଭେରେ ୪୩ ପ୍ରତିଶତ ଲୋକ କହିଛନ୍ତି କି ମୋଦି ସରକାରଙ୍କ ଆର୍ଥିକ ନୀତି ମନମୋହନ ସିଂ ସରକାରଙ୍କ ଠାରୁ ଖୁବ୍ ଭଲ ରହିଛି । ପରନ୍ତୁ ଜାନୁଆରୀ ୨୦୨୦ ପରେ ଏହି ଅବସ୍ଥାରେ ଅବନତି ଘଟିଛି । ସେହିପରି ୪୫ ପ୍ରତିଶତ ଲୋକ ୟୁପିଏ ତୁଳନାରେ ଏନ୍ଡିଏ ଶାସନକାଳରେ ଆର୍ଥିକ ସ୍ଥିତି ଦୃଢ଼ ଥିବା କହିଥିବାବେଳେ ୧୦ ପ୍ରତିଶତ ଲୋକ ମୋଦି ସରକାରଙ୍କ ଆର୍ଥିକ ନୀତି ଠାରୁ ମନମୋହନ ସିଂଙ୍କ ଆର୍ଥିକ ନୀତି ଭଲ ଥିଲା ବୋଲି କହିଛନ୍ତି । ୨ ପ୍ରତିଶତ ଲୋକ ଏହା ଉପରେ କୌଣସି ଜବାବ ରଖିନାହାନ୍ତି ।

Leave A Reply

Your email address will not be published.