ପୁଲିସ କର୍ମଚାରୀଙ୍କୁ ଅଟକ

0 74

୩୦ଜଣଙ୍କୁ ଉଠାଇ ନେଲା ପୋଲିସ

ଗୋପ: ପୁଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୩୦ଜଣଙ୍କୁ ପୁଲିସ୍ ଉଠାଇ ନିଆଯାଇଥିବାର ଖବର ମିଳିଛି। ପୁରୀ ଜିଲ୍ଲାର ଗୋପ ଥାନାର ରେଢୁଆ ଗାଁରୁ ୨୦ ମହିଳା ଓ ୧୦ଜଣ ପୁରୁଷ ପୁଲିସ୍ ଉଠାଇ ନିଆଯାଇଥିବାର ସୂଚନା ରହିଛି।

ଗୋପ ଥାନା ପୁଲିସ୍ ବିଳମ୍ବିତ ରାତିରେ ଗାଁରେ ପଶି ଉଠେଇନେଇଥିବା ଜଣାଯାଇଛି । ସମସ୍ତଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି। ଏବେ ରେଢୁଆ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ଗୋପ ଥାନା ପୁଲିସ୍ ଅଭିଯୁକ୍ତକୁ ଧରିବାକୁ ଯାଇ ଅନ୍ୟ ଲୋକଙ୍କ ଘରେ ପଶିଥିଲା । ପ୍ରତିବାଦରେ ପୁଲିସକୁ ଅଟକ ରଖିଥିଲେ ଗ୍ରାମବାସୀ। ଅଭିଯୁକ୍ତଙ୍କୁ ନ ଛାଡ଼ି ପୁଲିସକୁ ୬ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ । ଏହି ଘଟଣା ଏବେ ପୁରୀ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

Leave A Reply

Your email address will not be published.