୫ ମଦ ମାଫିଆ ଗିରଫ, ଦେଶୀ ମଦ ଜବତ

0 66

ଟାଙ୍ଗୀ : ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ୫ ଜଣ ମଦ ମାଫିଆଙ୍କୁ ଗିରଫ କଲା ପୋଲିସ । ମାଫିଆମାନଙ୍କଠାରୁ ଦେଶୀ ମଦ ସହ ବାଇକ୍ ଜବତ କରିଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଅବକାରୀ ବିଭାଗ ଓ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଣ୍ଟଶିଳା ପାହାଡ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଚଢାଉ କରିଥିଲେ । ସେଠାରୁ ୨ ଜଣକୁ ଦେଶୀ ମଦ ସହ ଗିରଫ କରିଥିଲେ । ସେହିପରି ମୁକ୍ତାଦେଇପୁର କେନାଲ ରୋଡରୁ ଆଉ ୩ ଜଣଙ୍କୁ ଦେଶୀ ମଦ ସହ ଗିରଫ କରିଥିଲେ । ୫ ଜଣଙ୍କ ଠାରୁ ସମୁଦାୟ ୨୦୪ ଲିଟର ଦେଶୀ ମଦ ସହ ୪ଟି ବାଇକ୍ ଜବତ ହୋଇଛି । ୫ ଜଣ ଅଭିଯୁକ୍ତ ହେଲେ ରମେଶ ସୁନ୍ଦରାୟ, ପ୍ରବୀଣ ସାମନ୍ତରାୟ, ନରହରି ବାରିକ, ରିଙ୍କୁ ସ୍ୱାଇଁ ଏବଂ କୁଶ ଶବର । ସମସ୍ତଙ୍କ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି ।

Leave A Reply

Your email address will not be published.