ପାକିସ୍ତାନକୁ ତୈଳ ସପ୍ଲାଇ ବନ୍ଦ କଲା ସାଉଦିଆରବ

0 78

ଇସ୍ଲାମାବାଦ୍, ୧୦ ।୮ : ମଇ ମାସରୁ ପାକିସ୍ତାନକୁ ସାଉଦି ଆରବରୁ ତୈଳ ଆମଦାନୀ କରାଯାଇନାହିଁ । କାରଣ ୩.୨ ଆରବ ଡଲାର ବକେୟା ଅର୍ଥରାଶି ଏ ପର୍ଯ୍ୟନ୍ତ ପାକିସ୍ତାନ ଚୁକ୍ତି କରିନାହିଁ । ସୂଚନା ମୁତାବକ ପାକିସ୍ତାନ ୨୦୧୮ ମସିହାରେ ସାଉଦିଆରବରୁ ୬.୨ ଆରବ ଡଲାର ଋଣ ଆଣିଥିଲା । ଋଣ ପ୍ୟାକେଜ୍ ଅନୁଯାୟୀ ପାକିସ୍ତାନ ସାଉଦି ଆରବରୁ ୩.୨ ଆରବ ଡଲାର ଅର୍ଥର ତୈଳ ଆଣିବାର ପ୍ରାବଧାନ ରହିଥିଲା । ତେବେ ଏହି ପ୍ରାବଧାନର ସମୟସୀମା ୨ମାସ ପୂର୍ବରୁ ଶେଷ ହୋଇଯାଇଛି ଯାହାର ନବୀକରଣ ଏ ପର୍ଯ୍ୟନ୍ତ କରାଯାଇନାହିଁ । ଫଳରେ ସାଉଦିଆରବ ପାକିସ୍ତାନ ତୈଳ ସପ୍ଲାଇ ଉପରେ ରୋକ୍ ଲଗାଇଛି ।

Leave A Reply

Your email address will not be published.