ଦେଶର କୌଣସି ସ୍ଥାନରେ ବାବ୍ରି ନାମରେ ମସଜିଦ ନିର୍ମାଣ କରିବାକୁ ଦିଆଯିବନି : ଭିଏଚପି

ନୂଆଦିଲ୍ଲୀ ୧୦ ।୮ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁନ୍ନି ୱାକଫ୍ ବୋର୍ଡକୁ ଅଯୋଧ୍ୟାରେ ମିଳିଥିବା ୫ ଏକର ଜମିରେ ବାବ୍ରି ମସଜିଦର ର୍ନିମାଣ କରିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ । ବାବ୍ରି ନାମକ ଏକ ମସଜିଦ ନିର୍ମାଣ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି ୱାକଫ୍ ବୋର୍ଡ । ତେବେ ଏହା ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ୨୦୧୦ ହରିଦ୍ୱାର କୁମ୍ବ ସନ୍ଥ ସମ୍ମିଳନୀରେ ନିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ସୁନ୍ନି ୱାକଫ ବୋର୍ଡକୁ ମନେ ପକାଇଦେଇ କହିଛି ଯେ ପବିତ୍ର ଭାରତ ମାଟିରେ କୌଣସି ବି ବିଦେଶୀ ଆକ୍ରମଣକାରୀଙ୍କ ପ୍ରତୀକ କିମ୍ୱା ସ୍ମୃତି ନିର୍ମାଣ କରିବାକୁ ଦିଆଯିବ ନାହିଁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନେଇ ବିଶ୍ୱ ହିନ୍ଦୁ ପରିଷଦ ବଦ୍ଧ ପରିକର । ଭିଏଚପି ଜାତୀୟ ମୁଖପାତ୍ର ବିନୋଦ ବଂଶଲ ଆଇଏନଏସକୁ କହିଛନ୍ତି, ‘ହରିଦ୍ୱାରରେ ୨୦୧୦ କୁମ୍ବ ସନ୍ଥ ସମ୍ମିଳନୀରେ ଜାରି କରାଯାଇଥିବା ସଂକଳ୍ପରେ କୁହାଯାଇଛି ଯେ ବାବ୍ରି ନାମରେ ଦେଶର କୌଣସି ସ୍ଥାନରେ ମସଜିଦ ନିର୍ମାଣ କରିବାକୁ ଦିଆଯିବ ନାହିଁ । ଅଯୋଧ୍ୟା ଆନ୍ଦୋଳନ କେବଳ ରାମ ମନ୍ଦିରରେ ସୀମିତ ନଥିଲା, ଏହା ବାବ୍ରିବାଦୀ ଚିନ୍ତାଧାରା ରଖୁଥିବା ବିଦେଶୀ ଆକ୍ରମଣକାରୀଙ୍କ ଚିହ୍ନ ବିରୁଦ୍ଧରେ ଯୁଦ୍ଧ ଥିଲା । ସୁନ୍ନି ୱାକଫ ବୋର୍ଡର ନିଷ୍ପତ୍ତି ଠିକ କିନ୍ତୁ ମନେରଖିବା ଆବଶ୍ୟକ ଯେ କୌଣସି ବିଦେଶୀ ଆକ୍ରମଣକାରୀଙ୍କ ନାମରେ ଭାରତରେ କୌଣସି ର୍ନିମାଣ ହେବ ଏହାକୁ ସଂଗଠନ ବରଦାସ୍ତ କରିବ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟା ନିକଟ ରୌନାହି ଧାନିପୁର ଗ୍ରାମରେ ମସଜିଦ ପାଇଁ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ପାଞ୍ଚ ଏକର ଜମି ପାଇଛି । ନିକଟରେ ସୋସିଆଲ ମିଡିଆରେ ଏକ ଆଲୋଚନା ହୋଇଥିଲା ଯେ ବାବ୍ରି ନାମରେ ଆଉ ଏକ ନୂତନ ମସଜିଦ ନିର୍ମାଣ ପାଇଁ ପ୍ରସ୍ତୁତି ·ଲିଛି, ହେଲେ ପରେ ସୁନ୍ନି ୱାକଫ ବୋର୍ଡ ଦ୍ୱାରା ଗଠିତ ଟ୍ରଷ୍ଟ ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ବାବ୍ରି ନାମରେ କୌଣସି ମସଜିଦ ର୍ନିମାଣ ହେଉନାହିଁ ବୋଲି ସ୍ପଷ୍ଟ କରିଛି ଓ ସୋସିଆଲ ମିଡିଆରେ ଉଠୁଥିବା ଦାବିକୁ ମଧ୍ୟ ଗୁଜବ ବୋଲି କହିଛି ।

Leave a Reply

Your email address will not be published. Required fields are marked *