ହାଇଦ୍ରାବାଦ, ୧୦ ।୮ : କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର । ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ ଜଣ କର୍ମ·ରୀ କରୋନା ଭୂତାଣୁ ଦ୍ୱାରା କବଳିତ ହୋଇସାରିଛନ୍ତି । ସେ ମଧ୍ୟରୁ ୪୦୨ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ କର୍ମ·ରୀଙ୍କର ମୃତ୍ୟୁ ଘଟିଛି । ତେବେ ଏତେ ଜଣ କର୍ମ·ରୀ ସଂକ୍ରମିତ ହୋଇସାରିଥିଲେ ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ ଦର୍ଶନ ବନ୍ଦ କରିବାକୁ କେଣସି ଯୋଜନା କରିନାହାନ୍ତି । ଅଧିକ ଆୟ କରିବା ଉଦ୍ଦେଶ୍ୟରେ ତିରୁପତି ତିରୁମାଳା ଦେବସ୍ଥାନମ୍ ମନ୍ଦିର ଖୋଲା ରଖୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.କେ ସିଙ୍ଘଲ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ୮୦ ଦିନ ବନ୍ଦ ରହିବା ପରେ ଦର୍ଶନ ପାଇଁ ଇଚ୍ଛା ରଖୁଥିବା ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ଖୋଲା ଯାଇଥିଲା ମନ୍ଦିର ପ୍ରଶାସନ କୋଭିଡ ନେଇ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛି ଓ ଏଥିପାଇଁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ଦାବି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦର୍ଶନ ବନ୍ଦ କରିବା ପାଇଁ ଦାବି ଆରମ୍ଭ ହୋଇଛି ।