ହ୍ୱାଇଟ ହାଉସ୍‌ ବାହାରେ ଗୁଳିକାଣ୍ଡ

0 67

ରାଷ୍ଟ୍ରପତିଙ୍କ ପ୍ରେସ୍‌ମିଟ୍‌ ବେଳେ ଫୁଟିଲା ଗୁଳି

ନୂଆଦିଲ୍ଲୀ ୧୧।୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ମାତ୍ର ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ସିକ୍ରେଟ ସର୍ଭିସ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ନିଜ ଅଧିନକୁ ନେଇ ସାରିଛନ୍ତି । ଗୁଳିକାଣ୍ଡ କରିଥିବା ବ୍ୟକ୍ତି ଗୁଳିରେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ଟ୍ରମ୍ପ ସିକ୍ରେଟ ସର୍ଭିସର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ,  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରେସ ମିଟ କରୁଥିବା ବେଳେ ହ୍ୱାଇଟ ହାଉସ ବାହାରେ ଗୁଳିମାଡ଼ ସଂପର୍କିତ ଖବର ଆସିଥିଲା । ଗୁଳିମାଡ଼ ଯୋଗୁଁ ତାଙ୍କୁ କିଛି ସମୟ ଲାଗି ପୋଡିୟମରୁ ଓହ୍ଲାଇବାକୁ କୁହାଯାଇଥିଲା । ସଙ୍ଗେ ସଙ୍ଗେ ଟ୍ରମ୍ପ ପ୍ରେସ ମିଟ ଅଧାରୁ ଛାଡି ପଳାଇଥିଲା । ଗୁଇନ୍ଦା ସେବା ସହିତ ଜଡ଼ିତ ଅଧିକାରୀମାନେ ଅଭିଯୁକ୍ତକୁ ଗୁଳିକରି ଥିଲେ, ଯେଉଁଥିରେ କି ସେ ଆହତ ହୋଇଥିଲା । ତୁରନ୍ତ ତାଙ୍କୁ ଆହତ ଅବସ୍ଥାରେ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ଟ୍ରମ୍ପ ସିକ୍ରେଟ ସର୍ଭିସର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ନିଜେ ସୂଚନା  ଦେଇଛନ୍ତି । ଗୁଳିମାଡ଼ ଯୋଗୁଁ ଏହା ପ୍ରଭାବିତ ହୋଇଛି ।

Leave A Reply

Your email address will not be published.