ଗୋଦରେଜ ଏଅରର ଫ୍ରେସ + ସେଫ ଉତ୍ପାଦ

0 58

ଭୁବନେଶ୍ୱର : ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜସିପିଏଲ)ର ଗୃହ ଓ କାର ସୁଗନ୍ଧ
ଉତ୍ପାଦ କାରବାର କରୁଥିବା ସଂସ୍ଥା ଗୋଦରେଜ ଏଅର ପକ୍ଷରୁ ଗୋଦରେଜ ଫ୍ରେସ + ସେଫ ଉତ୍ପାଦ
ବର୍ଗମାଳାକୁ ସୁଗନ୍ଧ ଓ ସାନିଟାଇଜେସନର ୨ ଇନ ୧ ମିଶ୍ରଣରେ ଉନ୍ମୋଚନ କରାଯାଇଛି । ଏହି ନୂତନ ଉତ୍ପାଦ
ବର୍ଗମାଳାରେ ତିନି ପ୍ରକାର ଉତ୍ପାଦ ରହିଛି । ତାହା ହେଉଛି ଗୋଦରେଜ ଏଅର ଏୟାର ଆଣ୍ଡ ସରଫେସ
ସାନିଟାଇଜର ସ୍ପ୍ରେ, ଫେବ୍ରିକ ସାନିଟାଇଜର ସ୍ପ୍ରେ ଓ ଟ୍ରାଭେଲ ସାନିଟାଇଜର ସ୍ପ୍ରେ । ଏହି ଉତ୍ପାଦ ଜରିଆରେ
ଘରେ କିମ୍ବା ବାହାରେ ଥିବା ବେଳେ ଲୋକମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହି ନୂଆ
ଉତ୍ପାଦଗୁଡ଼ିକୁ ସଶକ୍ତ କରିବ ।
ଗୋଦରେଜ ଏଅର ସର୍ବଦା ଗୃହ ଓ କାର ବର୍ଗ ପାଇଁ ଅଭିନବ ଉତ୍ପାଦ ଆଣିଥାଏ । ଫ୍ରେସ + ସେଫ ଉତ୍ପାଦ
ବର୍ଗମାଳା ସୁଗନ୍ଧ ସହିତ ୯୯.୯% ଜୀବାଣୁ ନାଶ କରିବାର ସ୍ୱତବ ସୁବିଧା ପ୍ରଦାନ କରୁଛି । ଗୋଦରେଜ ଏଅର
ସରଫେସ ସାନିଟାଇଜର ସ୍ପ୍ରେ ଜରିଆରେ ଯେକୌଣସି ସ୍ଥାନର ଉପର ଭାଗକୁ ସାନିଟାଇଜ କରାଯାଇପାରିବ ।
ଫେବ୍ରିକ ସାନିଟାଇଜର ସ୍ପ୍ରେ ରଙ୍ଗ ଉପରେ କେଣସି ପ୍ରଭାବ ପକାଏନାହିଁ । ଏହାକୁ ପରଦା, ବେଡସିଟ, ଟାୱେଲ
ଆଦିରେ ବ୍ୟବହାର କରାଯାଇପାରିବ । କାର, ବାଇକ, ବିମାନ କିମ୍ବା ଟ୍ରେନରେ ଯାତ୍ରା କରିବା ସମୟରେ
ଟ୍ରାଭେଲ ସାନିଟାଇଜର ସ୍ପ୍ରେକୁ ବ୍ୟବହାର କରାଯିବ । ଏହି ଉତ୍ପାଦ ବର୍ଗମାଳା କୁଲ ସର୍ଫ ବ୍ଲୁ ସୁଗନ୍ଧ ସହିତ
ଉପଲ୨ ହେଉଥିବା ବେଳେ ଏହା ୯୯.୯% ପ୍ରତିଶତ ଜୀବାଣୁ ନାଶ କରି ଏକ ସୁଗନ୍ଧ ଯୁକ୍ତ ପରିବେଶ ପ୍ରଦାନ
କରିବ ।
ଏ ସମ୍ପର୍କରେ ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡର ଭାରତ ଓ ସାର୍କ ଅଂଚଳର ସିଇଓ ସୁନୀଲ
କଟାରିଆ କହିଛନ୍ତି ଯେ, “ଏହା ବିଶ୍ୱାସ ରହିଛି ଯେ କ୍ଲିନିକରେ ବ୍ୟବହାର ହେଉଥିବା ଭଳି ସୁଗନ୍ଧଯୁକ୍ତ ସ୍ୱଚ୍ଛତା
ଉତ୍ପାଦ ହିଁ ପ୍ରଭାବଶାଳୀ । ମାତ୍ର ଗୋଦରେଜ ଏଇର ଫ୍ରେସ + ସେଫ ଉତ୍ପାଦ ବର୍ଗମାଳା ଜରିଆରେ
ସାଧାରଣରେ ରହିଥିବା ସେହି ଭ୍ରାନ୍ତଧାରଣାକୁ ଆମେ ଦୂର କରିବୁ କାରଣ ଆମ ଉତ୍ପାଦ ସାଇଟାଇଜ କରିବା ସହ
ଉତମ ସୁଗନ୍ଧ ମଧ୍ୟ ପ୍ରଦାନ କରିବ । ଗୃହ ଓ କାର ସୁଗନ୍ଧ ବର୍ଗରେ ଗୋଦରେଜ ଏଅର ଆଉ ଏକ ଅଭିନବ
ଉତ୍ପାଦ ଆଣିଛି । ବଜାରର ଅଗ୍ରଣୀ ସଂସ୍ଥା ଭାବେ ଆମେ ସୁଗନ୍ଧ ଓ ୯୯.୯% ଜୀବାଣୁ ନାଶ କରୁଥିବା ଭଳି ଦୁଇ
ପ୍ରକାର ଲାଭ ଦେଇ ଏହି କ୍ଷେତ୍ରରେ ବିପ୍ଳବ ଆଣିଛୁ । ଲୋକମାନେ ଘରେ କିମ୍ବା ବାହାରେ ରହୁଥିବା ବେଳେ
ସୁଗନ୍ଧ ଓ ସତେଜତା ସହ ସାଲିସ ନକରି ଲୋକମାନେ କିଭଳି ସୁରକ୍ଷିତ ରହିବେ ତାହା ଆମେ ଗୋଦରେଜ
ଏଇରରେ ଉଦ୍ୟମ କରୁଛୁ ।’’
ଗୋଦରେଜ ଏଅର ଏୟାର ଆଣ୍ଡ ସରଫେସ ସାନିଟାଇଜରର ୨୪୦ ଏମଏଲ କ୍ୟାନର ମୂଲ୍ୟ ୧୯୯ ଟଙ୍କା
ରହିଛି । ସେହିପରି ୨୨୫ ଏମଏଲର ଫେବ୍ରିକ ସାନିଟାଇଜର ସ୍ପ୍ରେର ଦାମ ୧୯୯ ଟଙ୍କା ରହିଛି । ଗୋଦରେଜ
ଏଅର ଟ୍ରାଭେଲ ସାନିଟାଇଜରର ୮୫ ଏମଏଲର ଦାମ ୯୯ ଟଙ୍କା ରହିଛି । ଏହାକୁ ଗ୍ରାହକମାନେ ଇ-କମର୍ସ
ସଂସ୍ଥା, କଂପାନିର ଇ-କମର୍ସ ୱେବସାଇଟ ଓ ବିଭିନ୍ନ ଷ୍ଟୋରରୁ କିଣିପାରିବେ ।

Leave A Reply

Your email address will not be published.