୫ ବର୍ଷ ପୂର୍ବରୁ ଚାକିରି ଛାଡ଼ିଲେ ମିଳିବ ଗ୍ରାଚ୍ୟୁଇଟି

0 78

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଗ୍ରାଚୁଇଟି ନିୟମରେ ପରିବର୍ତ୍ତନ କରିବା ପାଇଁ ବିଚାର କରୁଛନ୍ତି। ଏହା ଅଧୀନରେ ଆଗକୁ କର୍ମଚାରୀମାନେ ୫ ବର୍ଷ ପୂର୍ବରୁ ଚାକିରି ଛାଡିଲେ ବି ଗ୍ରାଚ୍ୟୁଇଟି ପାଇବା ପାଇଁ ଯୋଗ୍ୟ ହେବେ । ଏହି ସମୟସୀମାକୁ ୧ରୁ ୩ ବର୍ଷ ମଧ୍ୟରେ ରଖିବା ପାଇଁ ସରକାର ବିଚାର କରୁଛନ୍ତି । ଶ୍ରମ ମାମଲାର ସଂସଦୀୟ କମିଟି ଇତି ମଧ୍ୟରେ ଉପସ୍ଥାପିତ ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗ୍ରାଚୁଇଟି ପେମେଣ୍ଟ ପାଇବା ପାଇଁ ଏବେ ୫ ବର୍ଷ ଚାକିରିରେ ରହିବା ଅନିବାର୍ଯ୍ୟ ଥିବାବେଳେ ଏହାକୁ ୧ ବର୍ଷ କରାଯିବା ଦରକାର । ତେବେ କ୍ରମାଗତ ଭାବେ ଏ ଦାବି କରାଯାଉଥିବାବେଳେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି ।

ସୂଚନାଯୋଗ୍ୟ, ଗ୍ରାଚୁଇଟି ପାଇଁ ୫ ବର୍ଷର ସୀମା ଏଥିପାଇଁ ଧାର୍ଯ୍ୟ କରାଯାଇଥିଲା କି କର୍ମଚାରୀମାନେ ଗୋଟିଏ କମ୍ପାନିରେ ଅଧିକ ସମୟ ରହିବେ । କିନ୍ତୁ ଏବେ କର୍ମଚାରୀମାନେ ନିଜ ଅଭିବୃଦ୍ଧିକୁ ଆଖି ଆଗରେ ରଖି କୌଣସି କମ୍ପାନିରେ ଲମ୍ବା ସମୟ ରହୁ ନାହାନ୍ତି । ୫ ବର୍ଷ ମଧ୍ୟରେ ସେମାନେ କମ୍ପାନି ବଦଳାଇ ଦେଉଛନ୍ତି । କମ୍ପାନିରେ ଜଣେ କର୍ମଚାରୀ କାର୍ଯ୍ୟ କରିଥିବା ବର୍ଷ ଆଧାରରେ ପ୍ରତିବର୍ଷ ୧୫ ଦିନର ଦରମା ଆଧାରରେ ଗ୍ରାଚ୍ୟୁଇଟି ଦିଆଯାଇଥାଏ । କମ୍ପାନିରେ ୫ ବର୍ଷ ପୂରଣ ହେବା ପରେ ହିଁ ଜଣେ କର୍ମଚାରୀ ଗ୍ରାଚ୍ୟୁଇଟି ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି ।

Leave A Reply

Your email address will not be published.