କରୋନା ଯୋଦ୍ଧାଙ୍କୁ କୋଭିଡ଼୍-୧୯ ସମ୍ମାନ ପ୍ରଦାନ

0 75

ଭୁବନେଶ୍ୱର : ବିଶ୍ୱ ମହାମାରୀ କରୋନା ବିରୁଦ୍ଧରେ ଯେଉଁମାନେ ସଂଗ୍ରାମ ଚଳାଇଥିଲେ, ସେହିମାନଙ୍କୁ କୋଭିଡ୍-୧୯ ଯୋଦ୍ଧା ସମ୍ମାନ ଦେବା ପାଇଁ ୱାର୍ଡ଼ ନଂ-୩୬ରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଲିଟୁ ମହାସୁପକାର, ପୂର୍ବତନ କର୍ପୋରେଟର ନରେନ କୁମାର ସାହୁ, ୱାର୍ଡ଼ ସଭାପତି ଶିବ ସୁଆର, ସାଧାରଣ ସମ୍ପାଦକ ଏସ୍. କେ. ତସବୀର ଏବଂ ୱାର୍ଡ଼ର ସମସ୍ତ ସଦସ୍ୟବୃନ୍ଦ ଓ କୋଭିଡ଼ ସଚେତକମାନଙ୍କ ଉପସ୍ଥିତିରେ ୩୦ଜଣ ଯୋଦ୍ଧାଙ୍କୁ କୋଭିଡ୍-୧୯ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସଭାପତି ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.