ଅବକାରୀ ଚଢ଼ାଉ

0 73

୩ ଦିନରେ ୮୮୧୦ଲିଟର ପୋଚ୍ଚ

୪୫୫ଲିଟର ଦେଶୀମଦ ବହୁତ ରନ୍ଧନ ସାମଗ୍ରୀ ନଷ୍ଟ କରାଯାଇଛି

ରାୟଗଡ : ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖୀ ଜିଲ୍ଲାପାଳ,ରାୟଗଡା ଏବଂ ଜିଲ୍ଲା ଅବିକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଗତ ତା ୯.୮.୨୦ରିଠାରୁ ଆଜ ତା ୧୧.୮.୨୦ଋଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବିକାରୀ ଦଳବଳ ଚଢ଼ାଉ କରିଥିଲେ ଓ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ସାମଗ୍ରୀ ଜବତ କରିବାସହ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ଗତ ଜୁଲାଇ ୯ତାରିଖଦିନ ରାୟଗଡା ଅବକାରୀ ଉପନିରୀକ୍ଷକ ଶ୍ରୀ ସୂର୍ୟ୍ୟ ନାରାୟଣ ରଥ ଓ ଟିମର ଉଦ୍ୟମ ରେ ଚକ୍ରପାଡୁ ଗ୍ରାମରେ ଚଢ଼ାଉ କରି ୩୫୦ଲିଟର ମହୁଲ ପୋଚ୍ଚ ଏବଂ ୪୦ଲିଟର ଦେଶୀମଦ ଜବତ କରିବା ସହ ବହୁ ରନ୍ଧା ସାମଗ୍ରୀ ନଷ୍ଟ କରୁଥିଲେ । ସେହିପରି ବିଷମ କଟକ ଥାନା ଅନ୍ତର୍ଗତ ଲତ।ଗୁଡା ଗ୍ରାମରେ ଚଢ଼ାଉ କରି ୪୦୦ଲିଟର ପୋଚ୍ଚ ସାଂଗକୁ ୨୦ଲିଟର ମଦରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିଲା। ସେହିପରି ଗୁଡ।ରି ଅବକାରୀ ଉପନିରୀକ୍ଷକ ଓ ଟିମ ସୁନାପାଲି ଗ୍ରାମରେ ଚଢ଼ାଉ କରି ୧୨୦୦ଲିଟର ପୋଚ୍ଚ ଓ ୫୦ଲିଟର ଦେଶୀମଦ ସାଂଗକୁ ମଦରନ୍ଧା ସାମଗ୍ରୀ ଜବତ କରିବାସହିତ ନଷ୍ଟ କରିଥିଲେ ।
ସେହିପରି ଗୁଣପୁର ଥାନା ଅନ୍ତର୍ଗତ କୁସୁଲି ଗ୍ରାମରେ ଚଢ଼ାଉ କରି ୭୫୦ଲିଟର ପୋଚ୍ଚ ଓ ୪୦ଲିଟର ଦେଶୀମଦ ଜବତ କରିବା ସହ ନଷ୍ଟ କରିଥିଲେ।
ସେହିପରି ତା ୧୦.୮.୨୦ଋଖଦିନ ରାୟଗଡା ଥାନା ଅନ୍ତର୍ଗତ ବରୀଝୋଲା ଗ୍ରାମରେ ଚଢ଼ାଉ କରି ୪୧୦୦ଲିଟର ପୋଚ୍ଚ ,୧୨୦ଲିଟର ଚୋରାମଦ ସହ ରନ୍ଧନ ସାମଗ୍ରୀ ଜବତ କରି ନଷ୍ଟ କରିଥିଲେ। ସେହିପରି ଗୁଡରି ଥାନା ଅନ୍ତର୍ଗତ ବସନ୍ତ ନଗର ଗ୍ରାମରେ ଚଢ଼ାଉ କରି ୪୦୦ଲିଟର ପୋଚ୍ଚ ଓ ୫୦ଲିଟର ଦେଶୀମଦ ନଷ୍ଟ କରିଥିଲେ। ସେହିପରି ଆଜ ତା ୧୧.୮.୨୦ଋଖଦିନ ଗୁଣୁପୁର ଥାନା ଅନ୍ତର୍ଗତ ରୁପାପଦର ଗ୍ରାମରେ ଚଢ଼ାଉ କରି ୩୬୦ଲିଟର ପୋଚ୍ଚ ଓ୪୫ଲିଟର ଦେଶିମଦ ଜବତ କରିଥିଲେ।ସେହିପରି ଚାନ୍ଦିଲ ଥାନା ଅନ୍ତର୍ଗତ ପିଣ୍ଡପଦର ଓ ଗୁଣାଖାଲ ଗ୍ରାମରେ ଚଢ଼ାଉ କରି ୧୨୫୦ଲିଟର ପୋଚ୍ଚ ଓ ୯୦ଲିଟର ଦେଶୀମଦ ଜବତ କରି ତାସହିତ ବହୁ ରନ୍ଧନ ସାଂଗ ନଷ୍ଟକରାଯାଇଥିବା ଖବର ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦଣ୍ଡପାଣି ବେହେରା ଜଣାଇଥିଲେ। ପ୍ରକାଶ ଥାଉକି ଅବକାରୀ ଅଧୀକ୍ଷକ ଶ୍ରୀ ଦଣ୍ଡପାଣି ବେହେରାଙ୍କ ଦୃଢ଼ ନେତୃତ୍ବ ବଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଚଢ଼ାଉ କରିବା ଫଳରେ ଗତ ୯ତାରିଖରୁ ଆଜି ପର୍ୟ୍ୟନ୍ତ ୮୮୧୦ଲିଟର ପୋଚ୍ଚ ଓ ୪୫୫ଲିଟର ଚୋରାମଦ ନଷ୍ଟ କାରାଯାଇଛି।

Leave A Reply

Your email address will not be published.