ଗୁଗଲରେ ଯୋଡି ହେଲା ନୂଆ ଫିଚର୍

0 83

ସର୍ଚ୍ଚ କଲେ ଆସିବ ଆପଣଙ୍କ ନାଁ

ନୂଆଦିଲ୍ଲୀ : ଯଦି ଆପଣ ଚାହୁଁଛନ୍ତି କି ଲୋକେ ଆପଣଙ୍କୁ ଗୁଗଲରେ ସର୍ଚ୍ଚ କରନ୍ତୁ ଓ ଆପଣଙ୍କ ସମ୍ପର୍କରେ ଜାଣିପାରନ୍ତୁ ତେବେ ଏଥିପାଇଁ ଆପଣଙ୍କୁ ସେଲିବ୍ରିଟି ହେବା ଦରକାର ନାହିଁ । ଗୁଗଲ ଆପଣଙ୍କ ପରିଚୟ ସାରା ଦୁନିଆ ସାମ୍ନାକୁ ଆଣିବା ବ୍ୟବସ୍ଥା କରିଦେଇଛି । ଗୁଗଲ People Cards ଫିଚରକୁ ଭାରତରେ ଲଞ୍ଚ୍ କରିଦେଇଛି । ଏହା ଏକ ପ୍ରକାର ଭର୍ଚୁଆଲ୍ ଭିଜିଟିଂ କାର୍ଡ ହୋଇଥାଏ । ଯାହା ସାହାଯ୍ୟରେ ଆପଣ କୌଣସି ବି ବ୍ୟକ୍ତିକୁ ଗୁଗଲରେ ସର୍ଚ୍ଚରେ ଯାଇ ଖୋଜି ପାରିବେ କିମ୍ବା କେହି ବି ଆପଣଙ୍କୁ ଖୋଜି ପାରିବେ । ଏଥିରେ ଆପଣଙ୍କ ସମ୍ପର୍କରେ ସେହି ସୂଚନା ଦୁନିଆକୁ ଦେଖାଯିବ ଯାହା ଆପଣ ଚାହିଁବେ । କହିରଖୁଛୁ ଭାରତରେ ଏହାର ଆବଶ୍ୟକ ଏଥିପାଇଁ ମଧ୍ୟ ଅଧିକ କାରଣ ଏଠାରେ ଗୋଟିଏ ନାଁରେ ଅନେକ ଲୋକ ବାସକରନ୍ତି ।

Google People Cards ରେ କଣ ହେବ ?
ଗୁଗଲ ଭାରତର ବିଶାଳ ଜନସଂଖ୍ୟାକୁ ନଜରରେ ରଖି ଅନେକ ଫିଚର୍ସ ଯୋଡିଆସିଛି । ଯେମିତି କେହି ବି ବ୍ୟକ୍ତି କେବଳ ଗୋଟିଏ କାର୍ଡ ପ୍ରସ୍ତୁତ କରିପାରିବ । ଏହି କାର୍ଡର ଯାଞ୍ଚ ପରେ ହିଁ ଏହାକୁ ଜାରି କରାଯିବ । ପ୍ରତି କାର୍ଡରେ ବ୍ୟକ୍ତିର ଫଟୋ, ବ୍ୟବସାୟ, ଲୋକେସନ୍ ସମ୍ପର୍କରେ ସୂଚନା ଦେବାକୁ ପଡିବ । ଯାହା ଫଳରେ ଗୋଟିଏ ନାଁର ଅନ୍ୟ ବ୍ୟକ୍ତି କାର୍ଡରୁ ଅଲଗା ହୋଇପାରିବ । ଯଦି ୟୁଜର ଚାହିଁବେ ତେବେ ନିଜ ଏଜୁକେସନ, କଣ୍ଟାକ୍ଟ, ଗାଁ ଓ ସୋସିଆଲ ମିଡିଆ ପ୍ରୋଫାଇଲ୍ସ ଭଳି ସୂଚନା ମଧ୍ୟ ଯୋଡିପାରିବେ । ୟୁଜରଙ୍କ ନିଜ କାର୍ଡ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ସେମାନେ ଯେତେବେଳେ ବି ଚାହିଁବେ ନିଜ ସୂଚନା ଡିଲିଟ୍ କରିପାରିବେ କିମ୍ବା ଅପଡେଟ୍ କରିପାରିବେ । ଏହା ବ୍ୟତୀତ ଯଦି ୟୁଜର କାର୍ଡକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ କରିପାରିବେ । ଏହା ପରେ ଗୁଗଲ ସର୍ଚ୍ଚରେ ୟୁଜରଙ୍କ ନାଁ କେବେ ବି ଦେଖାଯିବ ନାହିଁ । ଗୁଗଲ ଏବି ଫିଚର ଏବେ କେବଳ ମୋବାଇଲ୍ ସର୍ଚ୍ଚ ପାଇଁ ପ୍ରସ୍ତୁତ କରିଛି । ଫିଚର ଏବେ ୱେବ୍ ପାଇଁ ଉପଲବ୍ଧ ନାହିଁ ।

କେମିତି କରିପାରିବେ Google People Card ?
ପିପଲ କାର୍ଡ ପ୍ରସ୍ତୁତ କରିବା ଅତି ସହଜ । ପ୍ରଥମେ ଆପଣଙ୍କୁ ନିଜ ଗୁଗଲ ଆକାଉଣ୍ଟରେ ଲଗ-ଇନ୍ କରିବାକୁ ପଡିବ । ଏହା ପରେ ୟୁଜରଙ୍କୁ ନିଜ ନାଁ ଗୁଗଲରେ ସର୍ଚ୍ଚ କରିବାକୁ ପଡିବ କିମ୍ବା ଟାଇପ୍ କରିବାକୁ ପଡିବ ‘Add me to Search’.  ।  ପ୍ରଥମେ ୟୁଜରଙ୍କୁ ଗୁଗଲ ସର୍ଚ୍ଚରେ ଆଡ୍ କରିବାକୁ ହେବ । ଏହାପରେ ୟୁଜର ନିଜ କାର୍ଡ ପ୍ରସ୍ତୁତ କରିପାରିବେ । ଆପଣ ନିଜ କାର୍ଡରେ ମନଇଛା ଫଟୋ ଲଗାଇ ପାରିବେ । ଏଥିରେ ସୋସିଆଲ ମିଡିଆ ପ୍ରୋଫାଇଲ୍ସ,  ଇ-ମେଲ୍ ଇତ୍ୟାଦି ସୂଚନା ସେଭ୍ କରି ପାରିବେ ଏବଂ ଆପଣଙ୍କ କାର୍ଡ ପ୍ରସ୍ତୁତ ହୋଇଯିବ ।

Leave A Reply

Your email address will not be published.