ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ପାଶ ହାର ୭୦.୨୧%

0 84

ଭୁବନେଶ୍ୱର : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ବା ୭୦.୨୧ ପ୍ରତିଶତ ପିଲା ପାଶ କରିଛନ୍ତି । ଗତ ବର୍ଷ ପାଶ ହାର ୭୨ ପ୍ରତିଶତ ଥିଲା ।

ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ବା ୨୫,୩୩୯ ଜଣ ପିଲା ପାଶ କରିଛନ୍ତି । ୨୦୧୯ରେ ୨୦୮୦୬ ଜଣ ପିଲା ପ୍ରଥମ ଶ୍ରେଣୀରେ ପାଶ କରିଥିଲେ । ସେହିପରି ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାଶ କରିଛନ୍ତି ଯାହାକି ଗତ ବର୍ଷ ୨୩୯୦୪ ଥିଲା ।

ପାଶ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାଶ କରିପାରିନାହାନ୍ତି । ଏସବୁ ସ୍କୁଲ ବା ଜୁନିୟର କଲେଜ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାଶହାର କମିଥିବା ମନ୍ତ୍ରୀ କହିଛନ୍ତି ।

ଅଗଷ୍ଟ ୩ୟ ସପ୍ତାହରେ ବାଣିଜ ଓ ୪ର୍ଥ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏବର୍ଷ କରୋନା କଟକଣା ଓ ଲକଡାଉନ ଯୋଗୁଁ ଖାତାଦେଖା ବିଳମ୍ବିତ ହୋଇଥିଲା । ଏହା ଫଳରେ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.