ଦିନକରେ ୩୦ ଜିଲ୍ଲାରୁ ୧୮୭୬ ପଜିଟିଭ ଚିହ୍ନଟ

0 75

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଛି । ଗତ ୨୪ଘଣ୍ଟାରେ ୩୦ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୬୯୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨୯୭, ଗଞ୍ଜାମରୁ ୨୬୦, ସୁନ୍ଦରଗଡ଼ରୁ ୧୧୯, କଟକରୁ ୧୦୯, ନୟାଗଡ଼ରୁ ୧୦୫, ରାୟଗଡ଼ାରୁ ୯୮, ବାଲେଶ୍ୱରରୁ ୮୧, ପୁରୀରୁ ୮୦, କୋରାପୁଟରୁ ୭୭, ଗଜପତିରୁ ୭୧, ମୟୁରଭଞ୍ଜରୁ ୭୦, କେନ୍ଦ୍ରାପଡ଼ାରୁ ୫୮, ଯାଜପୁରରୁ ୫୩, ଭଦ୍ରକରୁ ୫୦, କଳାହାଣ୍ଡିରୁ ୪୧, ଢ଼େଙ୍କାନାଳରୁ ୩୬, ସମ୍ବଲପୁରରୁ ୩୬, ବଲାଙ୍ଗୀରରୁ ୩୧, କନ୍ଧମାଳରୁ ୩୦, ନବରଙ୍ଗପୁରରୁ ୩୦, ଜଗତସିଂହପୁରରୁ ୨୬,ମାଲକାନଗିରିରୁ ୨୪, ସୋନପୁରରୁ ୨୨, କେନ୍ଦୁଝରରୁ ୨୧, ବରଗଡ଼ରୁ ୧୫, ଅନୁଗୁଳରୁ ୧୫, ବୌଦ୍ଧରୁ ୧୦, ଝାରସୁଗୁଡ଼ାରୁ ୬, ନୂଆପଡ଼ାରୁ ୩, ଦେଓଗଡ଼ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.