ସୁରକ୍ଷା ବାହିନୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ମୃତ

0 74

ରାୟପୁର: ବୁଧବାର ସକାଳେ ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ସହ ହୋଇଥିବା ଗୁଳି ବିନିମୟରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଜାଗରଗୁଣ୍ଡା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏକ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା ଯେତେବେଳେ ବିଭିନ୍ନ ସୁରକ୍ଷା ବାହିନୀର ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନ୍ କରିବାକୁ ବାହାରିଥିଲେ । ଆଜି ସୁକମା ଜିଲ୍ଲାର ଜାଗରଗୁଣ୍ଡା ଜଙ୍ଗଲ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗାର୍ଡ, ୨୦୧ ବାଟାଲିଅନ୍ କୋବ୍ରା ଏବଂ ୨୨୩ ବାଟାଲିୟନ୍ ସିଆର୍ପିଏଫ୍ ମିଳିତ ଅପରେସନରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ଆଇଜି ବସ୍ତର କହିଛନ୍ତି । ରାଜ୍ୟ ରାଜଧାନୀ ରାୟପୁରଠାରୁ ୪୫୦ କିଲୋମିଟର ଦୂରରେ ଅବସ୍ଥିତ ଫୁଲାମପର୍ ଗ୍ରାମ ନିକଟ ଜଙ୍ଗଲରେ ଯେତେବେଳେ ଏକ ପାଟ୍ରୋଲିଂ ଦଳ ଥିଲା ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ଅଧିକାରୀଜଣକ କହିଛନ୍ତି । ଗୁଳି ବିନିମୟ ବନ୍ଦ ହେବା ପରେ ଘଟଣାସ୍ଥଳରୁ ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.