ମିଳିବନି ପେଟ୍ରୋଲ, ଡିଜେଲ!

0 72

ମିଜୋରାମ୍ : କରୋନା ପାଇଁ ପେଟ୍ରୋଲ ଓ ଡିଜେଲ୍ ଉପରେ ଏବେ ଲାଗିଛି ଅଙ୍କୁଶ । ଗାଡ଼ି ଚାଳକମାନେ ଆଉ ମନଇଚ୍ଛା ଗାଡ଼ିରେ ତେଲ ଭରିପାରିବେନି । ବାଇକ୍ ଚାଳକ ସର୍ବାଧିକ ୫ଲିଟର ଓ ଚାରିଚକିଆ ଗାଡ଼ି ପାଇଁ ମାତ୍ର ୧୦ ଲିଟର ଏବଂ ବସ୍ରେ ସର୍ବାଧିକ ୧୦୦ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ ଭରିପାରିବେ ଚାଳକ । ଆଗକୁ ତୈଳ ସଂକଟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କଟକଣାକୁ ନଜରରେ ରଖି ଏଭଳି ଏକ କଠୋର ନିଷ୍ପତି ଲାଗୁ କରିଛନ୍ତି ମିଜୋରାମ ସରକାର । ଏନେଇ ମିଜୋରାମ ସରକାରଙ୍କ ତରଫରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ମିଜୋରାମ୍ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଥିବାବେଳେ ଆଗକୁ ଏଭଳି ନିଷ୍ପତ୍ତି ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ନିଅନ୍ତୁ ବୋଲି ଯୁକ୍ତି ରଖିଛନ୍ତି ।

Leave A Reply

Your email address will not be published.