ଭାକ୍ସିନ କୌଣସି ରାଜ୍ୟ ଅଲଗା କିଣି ପାରିବେନି

0 68

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ମହାମାରୀ ନିୟନ୍ତ୍ରଣ ଲାଗି ଋଷିଆରୁ ଭାକ୍ସିନ କ୍ରୟ ଓ ଦେଶରେ ଏହାର ଉତ୍ପାଦନ ଓ ରକ୍ଷଣାବେକ୍ଷଣ ନିମନ୍ତେ ବୁଧବାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ନ୍ୟାସନାଲ ଆଡମିନିଷ୍ଟ୍ରେଟିଭ ଭାକ୍ସିନ ଗ୍ରୁପ (ଏନଏଭିଜି)ଙ୍କ ପ୍ରଥମ ବୈଠକରେ କୌଣସି ରାଜ୍ୟକୁ ଅଲଗା ନିଜର ଭାକ୍ସିନ କ୍ରୟ କରିବା ଲାଗି ଅନୁମତି ଦିଆଯିବନି ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଦେଶରେ ଭାକ୍ସିନ ପ୍ରସ୍ତୁତି ଓ ବିତରଣ ଲାଗି ପାରଦର୍ଶୀ ଡିଜିଟାଲ ବ୍ୟବସ୍ଥା ଗ୍ରହଣ ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।

ନୀତି ଆୟୋଗ ସଦସ୍ୟ ଡା.ବି.କେ.ପଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଉପସ୍ଥିତ ଥିଲେ। ଋଷିୟ କରୋନା ଭେକ୍ସିନ ପ୍ରକଳ୍ପ ଲାଗି ପାଣ୍ଠିପ୍ରଦାନ କରୁଥିବା ସଂସ୍ଥା ରସିୟାନ ଡାଇରେକ୍ଟ ଇନଭଷ୍ଟମେଣ୍ଟ ଫଣ୍ଡ ତାଙ୍କ ବୟାନରେ କହିଛନ୍ତି ଯେ ଏହି ଭାକ୍ସିନର ଉତ୍ପାଦନ ଭାରତ ସମେତ ଅନେକ ଦେଶରେ ହେବ। ଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତ ସମେତ ସାଉଦୀ ଆରବ, ବ୍ରାଜିଲ ଓ  ଫିଲପାଇନ୍ସ ଆଦି ଅନେକ ଦେଶରେ ହେବ।

କୋଭିଡ-୧୯ ଜାତୀୟ ପ୍ରଶାସନିକ ଭାକ୍ସିନ ସମୂହର ପ୍ରଥମ ବୈଠକରେ ଟିକାକରଣର ନୈତିକ ଦିଗଗୁଡିକ ପ୍ରତି ବିଚାର କରାଯାଯାଇଥିଲା। ଏଥିରେ ଯେପରି ଦେଶର ପ୍ରତିଟି ନାଗରିକକୁ କୋଭିଡ ଭାକ୍ସିନ ମିଳିପାରିବ ସେନେଇ ରାଜ୍ୟ ସରକାରଙ୍କ ସମେତ ଟିକା ପ୍ରସ୍ତୁତକର୍ତ୍ତା ଓ ହିତାଧିକାରୀଙ୍କ ସହ ଆଲୋଚନା ଲାଗି ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.