ଗଙ୍ଗାଧର ମେହେର ଉଠା ଜଳସେଚନ ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ

0 82

ଭୁବନେଶ୍ଵର: ବରଗଡ଼ ଜିଲା ବିଜେପୁର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥାକୁ ସୁନିଶ୍ଚିିତ କରିବା ନିମନ୍ତେ ପୂର୍ବରୁ ଆହ୍ବାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭରଚ୍ୟୁଆଲ କ୍ୟାବିନେଟ୍ ବୈଠକରେ ୧୧୩୮.୬ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି । ଏହାଦ୍ବାରା ୧୨୪ଟି ଗାଁର ୨୫୬୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇ ପାରିବ । ବରଗଡ଼ ଜିଲା ବିଜେପୁର ବ୍ଲକର ୭୭ଟି ଗାଁର ୧୫୨୦୦, ସୋହେଲା ବ୍ଲକର ୨୩ଟି ଗାଁର ୬୪୦୦, ବରପାଲି ବ୍ଲକ ଅନ୍ତର୍ଗତ ୧୯ଟି ଗାଁର ୩୮୪୦ ହେକ୍ଟର, ସୋନପୁର ଜିଲା ଡ଼ୁଙ୍ଗୁରିପାଲି ବ୍ଲକର ୫ଟି ଗାଁର ୧୬୦ ହେକ୍ଟର ଜମି ଏହାଦ୍ବାରା ଜଳସେଚିତ ହୋଇ ପାରିବ । ଏହି ପ୍ରକଳ୍ପ ୩୦ ମାସମଧ୍ୟରେ ​ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.