ଆସନ୍ତା ୨୧ରୁ ଯୁକ୍ତ ଦୁଇ ପାଇଁ ଆବେଦନ

0 68

ଭୁବନେଶ୍ୱର : ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହାପରେ ବାଣିଜ୍ୟ ଓ କଳା ଫଳ ପ୍ରକାଶ ପାଇବ । ତେବେ ଆସନ୍ତା ୨୧ତାରିଖରୁ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ ପ୍ରଥମ ବର୍ଷ ପଢ଼ିବା ପାଇଁ ନାମ ଲେଖିବାକୁ ଆବେଦନ କରିହେବ । ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି କମାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଛାତ୍ରଛାତ୍ରୀମାନେ ସାମ୍ସ ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ। ଚଳିତବର୍ଷ ସାଧାରଣ ବର୍ଗ ପିଲାମାନଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରହିଛି । ଏହା ସହ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଆବେଦନ ଫି ଶହେ ଟଙ୍କା ରଖାଯାଇଛି । ସେପ୍ଟେମ୍ବର ୯ରେ ମେରିଟ୍‌ ଲିଷ୍ଟ୍‌ ବା ମେଧା ତାଲିକା ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି 

Leave A Reply

Your email address will not be published.