ସ୍ୱାଧୀନତା ଦିବସ ପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନାର ମାହୋଲ

0 73

ନୂଆଦିଲ୍ଲୀ: ୭୪ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଗୁରୁବାର ସକାଳେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଏକ ସମ୍ପୂର୍ଣ୍ଣ ଡ୍ରେସ ରିହରସାଲ୍ ଅନୁଷ୍ଠିତ ହୋଇଯାଇଛି । ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ । ଆଜି ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ୱାଧୀନତା ଦିବସ ପ୍ୟାରେଡର ପ୍ରସ୍ତୁତିପର୍ବ ରିହରସାଲ୍ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ଯଦିଓ ଚଳିତ ବର୍ଷ ଅଧିକାଂଶ ଇଭେଣ୍ଟ ଏବଂ ଉତ୍ସବ ପାଇଁ କୋଭିଡ୍ -୧୯ ପ୍ରତିବନ୍ଧକ ସୃଷ୍ଟି କରିଛି ତଥାପି ଅଗଷ୍ଟ ୧୫ରେ ହେବାକୁ ଥିବା ଇଭେଣ୍ଟ ପାଇଁ ସାରା ଦେଶରେ ଏଥିରେ ଭାଗ ନେଉଥିବା ବ୍ୟକ୍ତିବିଶେଷଙ୍କ ଉତ୍ସାହ ଓ ଉଦ୍ଦୀପନା ଚରମସୀମାରେ ପହଞ୍ôଚଛି । ଜାତୀୟ ରାଜଧାନୀରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ରେଡ୍ ଦୁର୍ଗରେ ଅନୁଷ୍ଠିତ ହେବ ଯେଉଁଥିରେ ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୋଲିସ୍ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗାର୍ଡ ଅଫ୍ ଅନର ଉପସ୍ଥାପନା କରିବେ ।

Leave A Reply

Your email address will not be published.