‘ସେନା ନେତୃତ୍ୱାଧୀନ ସରକାରକୁ ବିରୋଧୀ ହଜମ କରିପାରୁନାହାନ୍ତି’

0 63

ମମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାୱତ ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଡିଫେଣ୍ଡ କରିଛନ୍ତି ଏବଂ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗଣମାଧ୍ୟମକୁ ଦାୟୀ କରିଛନ୍ତି । ବରିଷ୍ଠ ଶିବସେନା ନେତା ମଧ୍ୟ ଆଦିତ୍ୟ ଠାକୁରଙ୍କୁ ଅଭିନେତାଙ୍କ ରହସ୍ୟମୟ ମୃତ୍ୟୁ ସହ ଯୋଡିବା ପାଇଁ ଏକ ବିବାଦ ବୋଲି ଅଭିଯୋଗ କରିଛନ୍ତି । ଗୁରୁବାର ଦିନ ସାମ୍ବାଦିକମାନଙ୍କ ସହ ଆଲୋଚାନା ବେଳେ ରାୱତ ଅଭିନେତାଙ୍କ ମୃତ୍ୟୁରେ ଆଦିତ୍ୟ ଠାକରେଙ୍କ କୌଣସି ଭୂମିକାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଲୋକପ୍ରିୟ ବଲିଉଡ ଅଭିନେତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ କରିଥିବା ଅନୁସନ୍ଧାନରେ ଆଦିତ୍ୟଙ୍କ ନାମ ଆସିନାହିଁ । ରାୱତ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ଆଦିତ୍ୟଙ୍କ ନାମ ଅନାବଶ୍ୟକ ଭାବେ ଜାତୀୟ ଗଣମାଧ୍ୟମରେ ଯୋଡ଼ାଯାଉଛି । କାହାରି ନାମ ନନେଇ ରାୱତ କହିଛନ୍ତି ଯେ ରାଜ୍ୟରେ ସେନା ନେତୃତ୍ୱାଧୀନ ସରକାରକୁ ବିରୋଧୀ ହଜମ କରିପାରୁନାହାନ୍ତି । ରାୱତ କହିଛନ୍ତି ମୁମ୍ବାଇ ପୋଲିସ ଖୁବ୍ଶୀଘ୍ର ସତ୍ୟ ସାମ୍ନାକୁ ଆଣିବ । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରଙ୍କ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଏହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ସେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ବିନା କାରଣରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି । ସେ କହିଛନ୍ତି ଯେ ବଲିଉଡ ଅଭିନେତାଙ୍କ ମୃତ୍ୟୁ ପରେ ମଇଳା ରାଜନୀତି ଖେଳାଯାଉଛି । ଏସବୁ ମଧ୍ୟରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସଂପର୍କରେ ବିହାର ପୋଲିସ ଗୁରୁବାର ଦିନ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଟନାରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଏକ ଲିଖିତ ଦାଖଲ କରିଛି ।

Leave A Reply

Your email address will not be published.